ଗୋରୁ ବୋଝେଇ ଗାଡ଼ି ଜବତ, ଜଣେ ଗିରଫ

ଗୋରୁ ବୋଝେଇ ଗାଡ଼ି ଜବତ, ଜଣେ ଗିରଫ

ଯାଜପୁରସଦର : ଗତକାଲି ରାତିରେ ଯାଜପୁର ସଦର ଥାନା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ କତରାପୁର ଗ୍ରାମ ନିକଟରେ ଏକ ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଥିଲା। ପୁଲିସ ପାଟ୍ରୋଲିଂ ଗାଡ଼ି ଦେଖି ଏହାର ଡ୍ରାଇଭର ଫେରାର୍‌ ହୋଇଯାଇଥିବା ବ‌େଳେ ଖଲାସୀକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗୋରୁ ବୋଝେଇ ଟ୍ରକ୍‌ର ଚାଳକ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ସେଖ ଖଲ୍ଲୀ ଗାଡ଼ି ଛାଡ଼ି ଫେରାର୍‌ ହୋଇଯାଇଥିବା ଖଲାସୀ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ କଣ୍ଟାବଣିଆ ଗ୍ରାମର ସେକ୍‌ ସଲମନ ପୁଲିସକୁ ସୂଚନା ଦେଇଛି। ସଦର ଥାନା ଅଧିକାରୀ ମାନସ ରଞ୍ଜନ ଚକ୍ରଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ କରି ଏସ୍‌ଆଇ ମନୋଜ କୁମାର ପଣ୍ଡା ଏହାର ତଦନ୍ତ କରୁଛନ୍ତି। ଏହି ଟ୍ରକ୍‌ରୁ ଉଦ୍ଧାର ୪୨ଟି ଗୋରୁଙ୍କୁ ଥାନା ପରିସରରେ ରଖାଯାଇଛି। ଗୋରୁଗୁଡ଼ିକୁ ଗୋଶାଳାକୁ ପଠାଯିବାର ବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe