ମାଲ୍ ବାହୀ ଟ୍ରେନ୍ ଧକ୍କାରେ ଗାଡି ମାଲିକଙ୍କ ମୃତ୍ୟୁ

କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାଦଗଡ ରେଳ ଫାଟକ ଠାରୁ ୮ମିଟର ଦୂରତା ରେଳ ଧାରଣା ନିକଟରେ ମାଲ୍ ବାହୀ ଟ୍ରେନ ଧକ୍କାରେ ଜଣେ ଗାଡି ମାଲିକଙ୍କ ମୃତ୍ୟୁ ଘଟିଛି...

Vehicle owner dies in collision with goods train

Vehicle owner dies in collision with goods train Photograph: (sambad.in)

ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାଦଗଡ ରେଳ ଫାଟକ ଠାରୁ ୮ମିଟର ଦୂରତା ରେଳ ଧାରଣା ନିକଟରେ ମାଲ୍ ବାହୀ ଟ୍ରେନ ଧକ୍କାରେ ଜଣେ ଗାଡି ମାଲିକଙ୍କ ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ହେଲେ ଗୋବର୍ଦ୍ଧନ ପଞ୍ଚାୟତ ଗୋବର୍ଦ୍ଧନ ଗ୍ରାମର ରବିନାରାୟଣ ଦେଓଙ୍କ ପୁଅ ଲୋକନାଥ ଦେଓ (୩୫)। ସୂଚନାଅନୁସାରେ,ଲୋକନାଥ ଜଣେ ଗାଡି ମାଲିକ।ତାଙ୍କର ଦୁଇଟି ୧୪ ଚକିଆ ହାଇୱା ଟ୍ରକ୍ ଅଛି।

ସେ ଗତକାଲି କାଦଗଡ ଗ୍ରାମର ଚାଷ ଜମି ଦେଖୁଵାକୁ(ଓଆର-ଜିର-୯-ଏନ-୧୫୫୫) ବାଇକ୍‌ରେ ସେଠାକୁ ଆସିଥିଲେ। ରେଳ ଧାରଣା ବାମପାର୍ଶ୍ବରେ ବାଇକ୍ ରଖି ଯାଉଥିବାବେଳେ ମାଲ୍ ବାହୀ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ଶରୀର ଖଣ୍ତ ବିଖଣ୍ତିତ ହୋଇ ଯାଇଥିବାବେଳେ ଘଟଣା ସ୍ଥଳରେ ଲୋକନାଥଙ୍କ ମୃତ୍ୟୁ ଘଟିଥିଲା। 

ବୁଧବାର ସକାଳେ ସ୍ଥାନୀୟ ଲୋକେ ମୃତଦେହ ପଡିଥିବା ଦେଖିବା ପରେ ଖବର ପାଇ ରେଳବାଇ ପୁଲିସ ଶବ ଜବତ କରି ତଦନ୍ତ ଚଳାଇଛି।ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଲୋକନାଥଙ୍କ ଶବ ଚିହ୍ନିଥିଲେ। ଏନେଇ ରେଳବାଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି।କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି।

Keonjhar | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe