ନୟାଗଡ଼ : ନୟାଗଡ଼ ବନାଞ୍ଚଳ ପକ୍ଷରୁ ଚଢାଉ କରାଯାଇ ରବିବାର ଏକ ବେଆଇନ ଶାଳ କାଠ ଚାଲାଣକୁ ରୋକା ଯାଇଛି। ଏନେଇ ବଡ଼ପଣ୍ଡୁସର ଗ୍ରାମର ଦୟାନିଧି ଦାଶଙ୍କ ପୁଅ ପ୍ରମୋଦ କୁମାର ଦାଶଙ୍କୁ ଗିରଫ କରାଯାଇଛି। ପ୍ରମୋଦ ଏକ ଗାଡ଼ି( ଓଡି୨୫ ଏଫ୍ ୬୮୮୧)ରେ କାଠ ନେଇ ଯାଉଥିବା ବେଳେ ତାଙ୍କୁ ମଜୁରିଆପଲ୍ଲୀ ନିକଟରୁ ଧରାଯାଇଥିଲା। ୨୯ ଖଣ୍ଡ ଶାଳ କାଠ ସମେତ ଉକ୍ତ ଗାଡ଼ିକୁ ମଧ୍ୟ ଜବତ୍ କରାଯାଇଛି। ଜବତ୍ କାଠର ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।
ଚୋରା ଶାଳ କାଠ ସହ ଗାଡ଼ି ଜବତ, ଜଣେ ଗିରଫ
Advertisment
Follow Us