ଗଞ୍ଜେଇ ସହ ଗାଡ଼ି ଜବତ, ଅଭିଯୁକ୍ତ କୋର୍ଟଚାଲାଣ

Advertisment
ଗଞ୍ଜେଇ ସହ ଗାଡ଼ି ଜବତ, ଅଭିଯୁକ୍ତ କୋର୍ଟଚାଲାଣ

ବୀରମହାରାଜପୁର/ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ଗଞ୍ଜେଇ ସହ ଗୋଟି ଗାଡ଼ିକୁ ଜବତ କରାଯାଇଛି। ବୌଦ୍ଧ ପଟରୁ ଆସୁଥିବା ଏକ ମହିନ୍ଦ୍ରା କେୟୁଭି ଗାଡ଼ିକୁ (ଓଡି ୧୪ୟୁ-୭୪୬୬) ସୋନପୁର ସହର ପଟାଭାଡ଼ି ବୀରସୁରେନ୍ଦ୍ର ସାଏ ଛକଠାରେ ଅଟକ ରଖି ଯାଞ୍ଚ୍‌ କରାଯାଇଥିଲା। ଗାଡ଼ି ଭିତରୁ ୯କେଜି ୪୦୦ ଗ୍ରାମର ଗଞ୍ଜେଇ ଜବତ କରାଯାଇଛି। ଗାଡ଼ି ମାଲିକ ଅନିଲ କୁମ୍ଭାରକୁ ଗିରଫ କରାଯାଇଛି। ସୋନପୁର ଅବକାରୀ ଥାନା କେସ୍‌ ନଂ ୨୨/ ୨୦୨୦-୨୧ ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ସୁଧୀର ମିଶ୍ର, ଏଏସ୍ଆଇ ବନମାଳୀ ରଣା, କେ. ନାଏକ, ସବିତା ପଟ୍ଟନାୟକ, କନେଷ୍ଟବଳ ଭେଙ୍କଟ ରମଣ ବେହେରା, ସମୀର ମିଶ୍ର, ପୃଥିରାଜ କୁଅଁର ଓ ପୁରଭି ମାଝୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe