ମନ୍ତ୍ରୀ ନବ ଦାସଙ୍କ ପାଖରେ ୬୫ଟି ଗାଡ଼ି: ପ୍ରୀତିରଞ୍ଜନ, ରୀତା ସାହୁ ଓ ପ୍ରଫୁଲ୍ଲଙ୍କର ଚାରି ଚକିଆ ଗାଡ଼ି ନାହିଁ

Advertisment
ମନ୍ତ୍ରୀ ନବ ଦାସଙ୍କ ପାଖରେ ୬୫ଟି ଗାଡ଼ି: ପ୍ରୀତିରଞ୍ଜନ, ରୀତା ସାହୁ ଓ ପ୍ରଫୁଲ୍ଲଙ୍କର ଚାରି ଚକିଆ ଗାଡ଼ି ନାହିଁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସବୁ ମନ୍ତ୍ରୀ ନିଜର ସଂପତ୍ତି ତାଲିକା ଘୋଷଣା କରିଛନ୍ତି। ସିଏମଓ ୱେବସାଇଟରେ ସମସ୍ତ ମନ୍ତ୍ରୀଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ପ୍ରକାଶ ପାଇଛି ।

publive-image scroll.in

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ନିଜ ସମ୍ପତ୍ତି ତାଲିକାରେ ଦର୍ଶାଇଛନ୍ତି ଯେ ତାଙ୍କ ପତ୍ନୀଙ୍କ ନାଁରେ ୬୫ଟି ଗାଡ଼ି ରହିଛି। ସମସ୍ତ ଗାଡ଼ି କମର୍ସିଆଲ୍ ବୋଲି ଦର୍ଶାଯାଇଛି। ଠିକ୍ ସେହିପରି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପାଖରେ ଏକ ଇନୋଭା କାର୍ ଥିବା ତାଲିକାରୁ ଜଣାଯାଇଛି। ତେବେ ଏଥିମଧ୍ୟରୁ ୨୦୨୧ରେ ୧୮ଟି ଗାଡ଼ି କିଣାଯାଇଛି।

ଏଣେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନାଁରେ କୌଣସି ଚାରି ଚକିଆ ଗାଡ଼ି ନଥିବା ଦର୍ଶାଯାଇଛି। ତେଣେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆଜି ପର୍ଯ୍ୟନ୍ତ ଗାଡ଼ି ହିସାବରେ ଗୋଟିଏ ପୁରୁଣା (୧୯୮୦) ମଡେଲ୍ ଆମ୍ବାସାଡାର କାରଟିଏ ରହିଛି, ଯାହାର ମୂଲ୍ୟ ମାତ୍ର ୬ ହଜାର ୪୩୪ ଟଙ୍କା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe