ମାଲକାନଗିରି : ମାଲକାନଗିରି ଜିଲ୍ଲାର ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ଆଜି ଉଦ୍ଘାଟନ ହେବା ନିମନ୍ତେ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ପାଣିପାଗ ଖରାପ ଯୋଗୁଁ ଏହି ସେତୁ ଉଦ୍ଘାଟନକୁ ଅନିର୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥିଗିତ କରାଯାଇଛି। ଅପରପକ୍ଷରେ କେତେ ଉଦ୍ଘାଟନ ହେବ ସେନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ଆସନ୍ତା ୨୦ ତାରିଖ ପରେ ସେତୁ ଉଦ୍ଘାଟନ ନିମନ୍ତେ ଦିନ ଧାର୍ଯ୍ୟ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ବର୍ଷା ଦିନ ଆରମ୍ଭ ହୋଇଯାଇଥିବାରୁ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇଛି। ତେଣୁ ଡଙ୍ଗାରେ ଯାତାୟାତ କରିବାରେ ସମସ୍ୟା ହେଉଛି। ଯାହାଫଳରେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଠିକା ନେଇଥିବା ସଂପୃକ୍ତ କମ୍ପାନି ଗତକାଲି ଠାରୁ ମଟର ସାଇକେଲ ଏବଂ ଚାରି ଚକିଆ ଯାନକୁ ପୋଲରେ ଚଳାଚଳ ପାଇଁ ଅନୁମତି ଦେଇଥିବା ଦେଖିବାକୁ ମିଳିଛି। ଲୋକେ ଏହାପରେ ଉପକୃତ ହୋଇଥିବା ବେଳେ ସ୍ୱଚ୍ଛନ୍ଦରେ ସେତୁ ଉପରେ ଯିବା ଆସିବା କରୁଥିବା ଦେଖାଯାଇଛି। ତେବେ ସେତୁ କେବେ ଉଦ୍ଘାଟନ ହେଉଛି ଦେଖିବାକୁ ବାକି ରହିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us