ପୁଣି ଖାକିରେ କଳଙ୍କ: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ, ଯୁବତୀଙ୍କୁ ପ୍ରତାରଣା

Advertisment

ବନ୍ଧା ହେଲେ ଭେଜିପୁଟ ଫାଣ୍ଡି ଅଧିକାରୀ

ବନ୍ଧା ହେଲେ ଭେଜିପୁଟ ଫାଣ୍ଡି ଅଧିକାରୀ

ପୁଣି ଖାକିରେ କଳଙ୍କ: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ, ଯୁବତୀଙ୍କୁ ପ୍ରତାରଣା

ଖଲ୍ଲିକୋଟ: ପୁଣି ଖାକି ପୋଷାକରେ ଲାଗିଛି କଳଙ୍କ। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବୀରମିତ୍ରପୁର ଥାନା ଅଧିକାରୀ ଗିରଫ ହେବାର ସପ୍ତାହେ ନ ପୂରୁଣୁ ପ୍ରେମ, ପ୍ରତାରଣା ଅଭିଯୋଗରେ ବନ୍ଧା ହୋଇଛନ୍ତି ଆଉ ଜଣେ ଫାଣ୍ଡି ଅଧିକାରୀ। ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଏବଂ ପରେ ପ୍ରତାରଣା କରିବା ଭଳି ସଂଗିନ ଅଭିଯୋଗ ପ୍ରମାଣିତ ହେବା ପରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧୀନ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା ଆଜି ଗିରଫ ହୋଇଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

publive-image Representational Pic ( NDTV)

ମିଳିଥିବା ଅଭିଯୋଗ ଅନୁସାରେ, ଭୁବନେଶ୍ବରର ଜଣେ ଯୁବତୀଙ୍କ ସହ ଟୁନା ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିବାହ ପାଇଁ ମନା କରିଥିଲେ। ଆଉ ଜଣେ ଯୁବତୀଙ୍କ ସହ ଟୁନାଙ୍କ ନିର୍ବନ୍ଧ ହୋଇଥିଲା। ପୀଡ଼ିତା ଏହା ଜାଣିବା ପରେ ଭେଜିପୁଟ ଫାଣ୍ଡିକୁ ଯାଇ ଟୁନାଙ୍କୁ ଚେତାବନୀ ଦେଇଥିଲେ। କିନ୍ତୁ ଟୁନା ତାଙ୍କୁ ଓଲଟି ଦୁର୍ବ୍ୟବହାର କରିଥିଲେ। ପରେ ଗତ ୩ ତାରିଖରେ ଏ ନେଇ ଖଲ୍ଲିକୋଟ ଥାନାରେ ଏତଲା ଦେବା ପରେ ଟୁନାଙ୍କ ବିରୋଧରେ କେସ୍ ନମ୍ବର ୨୬୫ ଅନୁସାରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ଟୁନା ତାଙ୍କୁ ବାହା ହେବେ ବୋଲି ପ୍ରତିଶ୍ରୁତି ଦେଇ କୋର୍ଟରେ ବୟାନ୍ ବଦଳାଇବାକୁ ପୀଡ଼ିତାଙ୍କ ଉପରେ ଚାପ ପକାଇଥିଲେ। ପୀଡ଼ିତା ମଧ୍ୟ ଏହାକୁ ବିଶ୍ବାସ କରି ବୟାନ ବଦଳାଇଲେ। ହେଲେ ପୁଣିଥରେ ଟୁନା ବାହା ହେବାକୁ ‌ରୋକ୍‌ଠୋକ୍ ମନା କରିବା ସହ ତାଙ୍କୁ ଧମକଚମକ ଦେଇଥିଲେ।

ଫଳରେ ପୀଡ଼ିତା ଶେଷରେ ଗଞ୍ଜାମ ଏସ୍‌.ପି. ବ୍ରିଜେଶ ରାଏଙ୍କ ଦ୍ବାରସ୍ଥ ହେବା ସହ ନ୍ୟାୟ ଭିକ୍ଷା କରିଥିଲେ। ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସ୍‌.ପି.ଠାକୁର ପ୍ରସାଦ ପାତ୍ରଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ତଦନ୍ତ ବେଳେ ପୀଡ଼ିତାଙ୍କ ବୟାନ ରେକର୍ଡ଼ ସହ ସମସ୍ତ ପ୍ରମାଣକୁ ଆଧାର କରି ଗତକାଲି ରାତିରେ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe