୬୩ ଟ୍ରେନ୍‌ରେ ଲାଗିବ ‌ନାପ୍‌କିନ୍‌ ଭେଣ୍ଡିଂ ମେସିନ୍‌

Advertisment

୨୫ଟି ରେକ୍‌ ପାଇଁ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଙ୍ଗଠନ ଦେବ ମେସିନ୍‌

୨୫ଟି ରେକ୍‌ ପାଇଁ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଙ୍ଗଠନ ଦେବ ମେସିନ୍‌

୬୩ ଟ୍ରେନ୍‌ରେ ଲାଗିବ ‌ନାପ୍‌କିନ୍‌ ଭେଣ୍ଡିଂ ମେସିନ୍‌

ଭୁବନେଶ୍ୱର: ଜଗଦଳପୁର ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ଅଟୋମେଟିକ୍‌ ସାନିଟାରି ନାପ୍‌କିନ୍‌ ଭେଣ୍ଡିଂ ମେସିନ୍‌ ଲାଗିବା ପରେ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଯାତ୍ରୀଙ୍କ ବହୁଳ ବ୍ୟବହାର, ଉପଯୋଗିତା ଓ ଦାବିକୁ ଆଖି ଆଗରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଆସୁଥିବା ପ୍ରମୁଖ ଟ୍ରେନ୍‌ଗୁଡ଼ିକରେ ଭେଣ୍ଡିଂ ମେସିନ୍‌ ଲଗାଇବାକୁ ନିଷ୍ପତ୍ତି ହୋଇଛି। ପୂବର୍ତଟ ରେଳପଥର ୬୩ଟି ଟ୍ରେନ୍‌ର ୯୦ଟି ରେକ୍‌ରେ ଏହି ଭେଣ୍ଡିଂ ମେସିନ୍‌ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଟ୍ରେନ୍‌ଗୁଡ଼ିକ ମଧ୍ୟରୁ ପୁରୀରୁ ଛାଡ଼ୁଥିବା ୨୬ଟି ଟ୍ରେନ୍, ଭୁବନେଶ୍ବରରୁ ଛାଡ଼ୁଥିବା ୨୧, ବିଶାଖାପାଟଣାରୁ ଛାଡ଼ୁଥିବା ୧୨ ଓ ସମ୍ବଲପୁରରୁ ଛାଡ଼ୁଥିବା ୫ଟି ଟ୍ରେନ୍‌ରେ ଏହି ସୁବିଧା ଯୋଗାଇ ଦିଆଯିବ। ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଙ୍ଗଠନର ସଭାନେତ୍ରୀ ମଧୁଲୀକା ସିଂହଙ୍କ ନେତୃତ୍ବରେ ପୂର୍ବତଟ ରେଳପଥ ଜୋନ୍‌ ପରିସୀମା ମାଧ୍ୟରେ ଥିବା ୨୫ଟି ଗୁରୁତ୍ବପୂର୍ଣ୍ଣ ଟ୍ରେନ୍‌ର ୨୫ଟି ରେକ୍‌ରେ ଏହି ସେବା ଯୋଗାଇବାକୁ ସ୍ଥିର ହୋଇଛି। ଏହାପୂର୍ବରୁ ମହିଳା ସଙ୍ଗଠନ ପକ୍ଷରୁ ବଡ଼ ଷ୍ଟେସନ୍‌ ଓ ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ନାପ୍‌କିନ୍‌ ଭେଣ୍ଡିଂ ମେସିନ୍‌ ଲଗାଯାଇଥିଲା। ଏହାର ବହୁଳ ବ୍ୟବାହାର ହେବା ସହ ଯାତ୍ରୀମାନେ ପ୍ରଶଂସା କରିଥିଲେ। ଶ୍ରୀମତୀ ସିଂହଙ୍କ କହିବାନୁଯାୟୀ ଏହି ସେବା ଦ୍ବାରା ମହିଳା ଯାତ୍ରୀଙ୍କ ସଦିଚ୍ଛା ମିଳିପାରିବ। ‘ସ୍ବଚ୍ଛ ଭାରତ-ସ୍ବଚ୍ଛ ‌େରଳ’ ପାଇଁ ଏକ ଭଲ ପଦ‌େକ୍ଷପ। ଟ୍ରେନ୍‌ରେ ଅଟୋମେଟିକ୍‌ ନାପ୍‌କିନ୍‌ ଭେଣ୍ଡିଂ ମେସିନ୍‌ ସ୍ଥାପନ କରିବା କ୍ଷେତ୍ରରେ ପୂର୍ବତଟ ରେଳପଥ ହେଉଛି ଭାରତୀୟ ରେଳପଥରେ ସର୍ବପ୍ରଥମ। ପୂର୍ବତଟ ରେଳପଥର ପ୍ରମୁଖ ଷ୍ଟେସନଗୁଡ଼ିକରେ ଏହି ମେସିନ୍‌ ଲାଗିସାରିଲାଣି।

ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ଭୁବନେଶ୍ବର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ୍‌ରେ ଏହି ମେସିନ୍‌ ସ୍ଥାପନା କରାଯାଇଛି। ଏଥିସହ ପୁରୀ-ନୂଆଦିଲ୍ଲୀ ପୁରୁ‌େ‌ଷାତ୍ତମ ‌ଏକ୍ସ‌େପ୍ରସ୍‌, ପୁରୀ-ଆନନ୍ଦବିହାର ନୀଳାଞ୍ଚଳ ଏକ୍ସପ୍ରେସ୍‌, ପୁରୀ-ଆନନ୍ଦବିହାର ନନ୍ଦନକାନନ ଏକ୍ସପ୍ରେସ୍‌, ଭୁବନେଶ୍ବର-ନୂଆଦିଲ୍ଲୀ ଓଡ଼ିଶା ସମ୍ପର୍କକ୍ରାନ୍ତି ଏକ୍ସ‌େପ୍ରସ୍‌, ଭୁବନେଶ୍ବର-ଏଲ୍‌ଟିଟି ଦ୍ବି-ସାପ୍ତାହିକ ଏକ୍ସପ୍ରେସ୍‌, ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଭାୟା ଟାଟା, ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଭା‌ୟା ଆଗ୍ରା, ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଭାୟା ସମ୍ବଲପୁର ସିଟି, ବିଶାଖାପାଟଣା‌-ନିଜାମୁଦ୍ଧିନ ସ୍ବର୍ଣ୍ଣ ଜୟନ୍ତୀ ଏକ୍ସପ୍ରେସ୍‌, ବିଶାଖାପାଟଣା‌-ନିଜାମୁଦ୍ଧିନ ସମତା ଏକ୍ସପ୍ରେସ୍‌ ଭାୟା ରାୟଗଡ଼ା, ଟିଟିଲାଗଡ଼ ଓ ବିଶାଖାପାଟଣା-ନୂଆଦିଲ୍ଲୀ ଏପି ଏକ୍ସପ୍ରେସ୍‌ ପରି ଟ୍ରେନ୍‌ର ୨୫ଟି ରେକ୍‌ରେ ନାପ୍‌କିନ୍‌ ଭେଣ୍ଡିଂ ମେସିନ୍‌ ଖୁବ୍‌ଶୀଘ୍ର ସ୍ଥାପନ ହେବ। ଏହି ସାନିଟାରି ନାପ୍‌କିନ୍‌ର ମୂଲ୍ୟ ପ୍ରତ୍ୟେକ ଖଣ୍ଡ ପିଛା ୫ ଟଙ୍କା ଲେଖାଏ ରଖାଯାଇଛି। ଭେଣ୍ଡିଂ ମେସିନ୍‌ରେ ୫ ଟଙ୍କାର ଏକ କଏନ୍‌ ପକାଇଲେ ନାପ୍‌କିନ୍‌ ବାହାରିବ। ଗୋଟିଏ ‌େମସିନ୍‌ରେ ୭୫ ଖଣ୍ଡ ନାପ୍‌କିନ୍‌ ରହିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe