ଭେଣ୍ଡିଙ୍ଗ ଜୋନ୍ ଫ୍ରି ଶରଧାବାଲି: ରାମ୍ପ ଯୋଗୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ସହଜ

ଶ୍ରୀଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ସୁଚାରୁ ରୂପେ ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ଶରଧାବାଲିରେ କୌଣସି ଉଠା ଦୋକାନୀଙ୍କୁ ନିଜ ଦୋକାନ ପକାଇବା ପାଇଁ ସ୍ୱୀକୃତି ଦିଆଯାଇନି...

Vending Zone Free Sharadhabali: Ramp makes it easy to see the four statues

Vending Zone Free Sharadhabali: Ramp makes it easy to see the four statues Photograph: (sambad.in)

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ସୁଚାରୁ ରୂପେ ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ଶରଧାବାଲିରେ କୌଣସି ଉଠା ଦୋକାନୀଙ୍କୁ ନିଜ ଦୋକାନ ପକାଇବା ପାଇଁ ସ୍ୱୀକୃତି ଦିଆଯାଇନି। ବାରିକେଡ ଭିତରେ ଦୋକାନୀ ବସି ନାହାନ୍ତି।

ଗତ ବର୍ଷ ଉଠା ଦୋକାନରେ ଶରଧାବାଲି ଭର୍ତ୍ତି ଥିଲା। ବିଶୃଙ୍ଖଳା ଭୟରେ ପୌରସଂସ୍ଥା ଏଥର ଏଭଳି ବ୍ୟବସ୍ଥା କରିଛି। ୧୦ ଦିନ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ମର୍ମରେ ପୌରସଂସ୍ଥାକୁ ଚିଠି ଲେଖି ଉଦ୍‌ବେଗ ପ୍ରକାଶ କରିଥିଲେ।

ଜଗମୋହନ ଭିତରେ କାଠରେ ଖେଳ ପଡିଆ ଗ୍ୟାଲେରୀ ଭଳି ପାହାଚ ପାହାଚ ହୋଇ ରାମ୍ପ ନିର୍ମାଣ କରାଯାଇଛି। ଫଳରେ ପଛରେ ଛିଡ଼ା ହୋଇଥିବା ଶ୍ରଦ୍ଧାଳୁ ପୂର୍ଣ୍ଣ ଦର୍ଶନ ପାଇପାରୁଛନ୍ତି।  ରାମ୍ପ ହୋଇଥିବାରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବାରେ ଶ୍ରଦ୍ଧାଳୁଙ୍କର ଆଉ ଅସୁବିଧା ହେଉନାହିଁ।

ସୁରକ୍ଷା ବ୍ୟବସ୍ଥା ନେଇ ଆଇଏଏସ,  ଆଇପିଏସ ଅଧିକାରୀଙ୍କର ଘନ ଘନ ବୈଠକ ଚାଲିଛି। ଅରବିନ୍ଦ ଅଗ୍ରୱାଲ, ଚଞ୍ଚଳ ରାଣା, ପ୍ରକାଶ ମିଶ୍ର, ସୌମେନ୍ଦ୍ର ପ୍ରିୟଦର୍ଶୀ, ପିନାକ ମିଶ୍ର ଲଗାତାର ପରିଚାଳନା ନେଇ ଆଲୋଚନା କରୁଛନ୍ତି।

puri | Rath Yatra 2025 | lord jagannath 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe