ଉଠା ଦୋକାନୀ ସମାବେଶ ୨୦ରେ

Advertisment
ଉଠା ଦୋକାନୀ ସମାବେଶ ୨୦ରେ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖ ଦିନ ଜାତୀୟ ଉଠା ଦୋକାନୀ ଦିବସ ପାଳନ କରାଯିବ। ଏ ପରୀପେକ୍ଷୀରେ ସ୍ଥାନୀୟ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ଉଠା ଦୋକାନୀମାନଙ୍କର ଏକ ସମାବେଶ ଦୃଷ୍ଟିହୀନ ସଂଘ ପରିସରରେ ଅନୁଷ୍ଠିତ ହେବ। ରାଜ୍ୟ ଉଠା ଦୋକାନୀ ମହାସଂଘ ପକ୍ଷରୁ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣୀତ ଉଠା ଦୋକାନୀମାନଙ୍କ ଥଇଥାନ ନୀତି ସର୍ବତ୍ର କାର୍ଯ୍ୟକାରୀ କରିବା ଆଦି ୯ ଦଫା ଦାବି ଉପରେ ଆ‌େଲାଚନା କରାଯିବ। ଏଥିରେ ରାଜ୍ୟର ଉଠା ଦୋକାନୀମାନେ ଯୋଗଦେଇ ସ୍ବର ଉତ୍ତୋଳନ କରିବେ ବୋଲି ରାଜ୍ୟ ସଂଘର ସଭାପତି ସାମ୍ବାଦିକ ମହେଶ୍ୱର ବଳ ସୂଚନା ଦେଇଛନ୍ତି। ୨୦ ତାରିଖ ଦିନ ସକାଳ ୯ଟା ବେଳେ ସମସ୍ତ ଉଠା ଦୋକାନୀମାନେ ଭୁବନେଶ୍ୱର ରାମମନ୍ଦିର ଭେଣ୍ଡିଂ ଜୋନ ନିକଟରେ ସମବେତ ହୋଇ ଦୃଷ୍ଟିହୀନ ସଂଘ ପରିସର ପର୍ଯ୍ୟନ୍ତ ଯିବେ ସେଠାରେ ଉତ୍ସବ ପାଳନ କରାଯିବ। ଏଥିରେ ଉତ୍ତମ ଭେଣ୍ଡିଂ ଜୋନ, ଉତ୍ତମ ଉଠା ଦୋକାନୀ ଗୁଡ଼ିକୁ ପୁରସ୍କୃତ କରାଯିବା ସଙ୍ଗେ ସଙ୍ଗେ ଏକ ସୁଦୃଶ୍ୟ କ୍ୟାଲେଣ୍ଡର ଉଦ୍‌ଘାଟିତ ହେବ ବୋଲି ରାଜ୍ୟ ଉଠାଦୋକାନୀ ମହାସଂଘ ଓ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘର କର୍ମକର୍ତ୍ତାମାନେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe