ଜିଲ୍ଲପାଳମାନଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ : କିଣାଯିବ ଭେଣ୍ଟିଲେଟର ଆମ୍ବୁଲାନ୍‌ସ

Advertisment
ଗୃହ ପୃଥକବାସଙ୍କ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌, ୧୯୨୯ ନମ୍ବରରେ ଫୋନ୍‌ କଲେ ସହାୟତା ମିଳିବ

India TV News

ଭୁବନେଶ୍ବର : କରୋନା ସଂକଟ ସମୟରେ ଭେଣ୍ଟିଲେଟର ଆମ୍ବୁଲାନ୍‌ସ ଅତି ଜରୁରୀ ହୋଇ ପଡ଼ିଛି। ତେଣୁ ଏହାକୁ ସାଂସଦ ପାଣ୍ଠି କିମ୍ବା ସିଏସ୍ଆର ପାଣ୍ଠିରୁ କିଣିବା ଲାଗି ପ୍ରସ୍ତାବ ଦେବାକୁ ସବୁ ଜିଲ୍ଲାପାଳମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଛି। ଏ ବାବଦ ପ୍ରସ୍ତାବ ଆସନ୍ତା ୧୫ତାରିଖ ସୁଦ୍ଧା ବିଭାଗ ନିକଟରେ ପହଞ୍ଚିବା ଲାଗି କୁହାଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିସନ୍ (ଏନ୍‌ଏଚ୍‌ଏମ୍‌) ଜରିଆରେ ଭେଣ୍ଟିଲେଟର ଆମ୍ବୁଲାନ୍‌ସ କିଣାଯିବ। ଯାହାଫଳରେ ରାଜ୍ୟରେ ଏବେ ଯେଉଁ ଆମ୍ବୁଲାନ୍‌ସ ବ୍ୟବସ୍ଥା କାର୍ଯ୍ୟ କରୁଛି ତାହିଁରେ ଏହାକୁ ଇଣ୍ଟଗ୍ରେଟ୍‌ କରାଯାଇ ପାରିବ। ଏଥିପାଇଁ ସମସ୍ତ ସାଂସଦ(ଲୋକସଭା,ରାଜ୍ୟସଭା)ଙ୍କୁ ଏ ସଂପର୍କରେ ସୂଚନା ଦେବା ସହିତ ସାଂସଦ ପାଣ୍ଠିରୁ ଜିଲ୍ଲା ପାଇଁ କେତୋଟି ଆମ୍ବୁଲାନ୍‌ସ କିଣାଯାଇ ପାରିବ ତାହାର ପ୍ରସ୍ତାବ ବିଭାଗକୁ ଦେବାକୁ କୁହାଯାଇଛି। ଏହାସହ ସିଏସ୍‌ଆର ପାଣ୍ଠିରୁ ମଧ୍ୟ ଭେଣ୍ଟିଲେଟର ଆମ୍ବୁଲାନ୍‌ସ କିଣିବା ନେଇ ବିଭାଗକୁ ପ୍ରସ୍ତାବ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe