ଭେଣ୍ଟିଲେଟର ଚୋରି କରି ବିକ୍ରି ଘଟଣା: ଏସସିବି ଡାକ୍ତର ମାଷ୍ଟରମାଇଣ୍ଡ!

Advertisment

ପତ୍ତା ପାଉନି ପୁଲିସ, ଆଗୁଆ ଜାମିନ ଆବେଦନ କଲେ ଡାକ୍ତର

ପତ୍ତା ପାଉନି ପୁଲିସ, ଆଗୁଆ ଜାମିନ ଆବେଦନ କଲେ ଡାକ୍ତର

ଅଗଷ୍ଟ ୧୦ ସୁଦ୍ଧା ଏସ୍‌ସିବିରେ ‘ମଙ୍କିପକ୍ସ’ ତାଲିମ

ଭୁବନେଶ୍ବର: କୋଭିଡ୍ ଚିକିତ୍ସା ପାଇଁ ରାଜ୍ୟ ସରକାର କିଣିଥିବା ଭେଣ୍ଟିଲେଟର୍‌, ଆଇସିୟୁ ମେସିନ୍, ଦାମୀ ମେଡିକାଲ ଉପକରଣ ଚୋରି ଓ ବିକ୍ରି ଘଟଣାର ମାଷ୍ଟରମାଇଣ୍ଡ କଟକ ଏସ୍‌ସିବି ମେଡିକାଲର ଡାକ୍ତର ଶ୍ରୀକାନ୍ତ ପାତ୍ର ବୋଲି ପୁଲିସ ସନ୍ଦେହ କରୁଛି। ସେ ଏକାଧିକ ଘରୋଇ ହସ୍ପିଟାଲ ସହ ସିଧାସଳଖ ଜଡ଼ିତ ଥିବା ବେଳେ ତାଙ୍କରି ଜରିଆରେ ଭେଣ୍ଟିଲେଟର ଓ ଅନ୍ୟ ମେଡିକାଲ ଉପକରଣ ବିକ୍ରି କରାଯାଇଛି ବୋଲି କୁହାଯାଉଛି। ଶ୍ରୀକାନ୍ତଙ୍କ ବିରୋଧରେ ପୁଲିସ ତଥ୍ୟ ପ୍ରମାଣ ହାସଲ କରିଥିଲେ ହେଁ ତାଙ୍କ ପତ୍ତା ପାଉନି ତଦନ୍ତକାରୀ ଟିମ୍। ଶ୍ରୀକାନ୍ତ ଧରାପଡ଼ିବା ପରେ ପୂରା ଘଟଣାର ଅଧିକ ଗୁମର ଖୋଲିବ ବୋଲି କୁହାଯାଉଛି। ଅପରପକ୍ଷେ ଶ୍ରୀକାନ୍ତଙ୍କ ଓକିଲ ଗତ ୨୫ ତାରିଖରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ସେହିପରି କଟକ ମୀରା ହସ୍ପିଟାଲ ମାଲିକ ମଧ୍ୟ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ତାଙ୍କ ସମ୍ପର୍କରେ ମଧ୍ୟ ପୁଲିସ ସୂଚନା ପାଇ ପାରିନାହିଁ। ଏହି ମାମଲାରେ ସମ୍ପୃକ୍ତ ଆହୁରି ଏକାଧିକ ଅଭିଯୁକ୍ତଙ୍କୁ ପୁଲିସ ଖୋଜୁଛି।
ସୂଚନାଯୋଗ୍ୟ, କ୍ୟାପିଟାଲ ଥାନା ପୁଲିସ ଏହି ମାମଲାରେ ରୁଦ୍ର ହସ୍ପିଟାଲ ମାଲିକ ଅରୁଣ ଆଚାର୍ଯ୍ୟ, ମଞ୍ଚେଶ୍ବରରେ ନିର୍ମାଣାଧୀନ ୟୁରେକା କାନଭାସର ଦୁଇ କର୍ମଚାରୀଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ଶ୍ରମିକ ଠିକାଦାର, ସୁରକ୍ଷାକର୍ମୀ ଓ ଦଲାଲ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe