The Economic Times
କୋରେଇ: ଯାଜପୁରରୋଡ ଦ୍ରବ୍ୟ ଓ ସେବା କର(ଜିଏସଟି) ବିଭାଗ ପକ୍ଷରୁ କୋରେଇ ବ୍ଲକରେ ଥିବା ଭେଣ୍ତରଙ୍କ ଯାଞ୍ଚ କରାଯାଇଛି। ଆଜି ଜିଏସ୍ଟି ବିଭାଗର ପକ୍ଷରୁ ୩ ଜଣ ଅଧିକାରୀ କୋରେଇ ବ୍ଲକରେ ପହଞ୍ଚି ବିଭିନ୍ନ ବିଭାଗ ପକ୍ଷରୁ ହେଉଥିବା ନିର୍ମାଣ କାର୍ଯ୍ୟରେ ଆବଶ୍ୟକ ଅନୁଯାୟୀ କୋଟିକୋଟି ଟଙ୍କାରେ ରଡ୍, ସିମେଣ୍ଟ ଯୋଗାଉଥିବା ଭେଣ୍ତରଙ୍କ ତାଲିକା ଯାଞ୍ଚ କରିଥିଲେ। କୋରେଇ ବ୍ଲକରେ ମୋଟ ୨୭ଜଣ ଭେଣ୍ତର ନିଯୁକ୍ତ ହୋଇଥିବା ବ୍ଲକ ଏଷ୍ଟାବ୍ଲିସମେଣ୍ଟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।
କେତେ ଟଙ୍କାରେ କେଉଁ ଭେଣ୍ତର ପକ୍ଷରୁ ଦ୍ରବ୍ୟ ଯୋଗାଣ କରାଯାଇଛି ତାହା ଅଧିକାରୀମାନେ ଦେଖିଥିଲେ। କେତେଜଣ ଲକ୍ଷାଧିକ ଟଙ୍କାର ଦ୍ରବ୍ୟ ଯୋଗାଣ କରିଥିଲେ ମଧ୍ୟ ଜିଏସଟି ସଠିକ୍ ଭାବେ ଦେଇନଥିବା ଜଣାପଡ଼ିଥିଲା। ଯେଉଁମାନେ ଆବଶ୍ୟକ ଜିଏସଟି ଦେଇନାହାନ୍ତି, ସେମାନଙ୍କୁ ତୁରନ୍ତ ଦାଖଲ କରିବା ପାଇଁ ବିଭାଗ ପକ୍ଷରୁ ନୋଟିସ ଦିଆଯାଇଛି। ଏନେଇ ବ୍ଲକ ମୁଖ୍ୟ କିରାଣି ସୁନୀଲ କୁମାର ରାଉତଙ୍କୁ ପଚାରିବାରୁ ଜିଏସ୍ଟି ଅଧିକାରୀଙ୍କୁ ସମସ୍ତ ୨୭ଜଣ ଭେଣ୍ତରଙ୍କ ତାଲିକା ଦିଆଯାଇଛି, ସେମାନଙ୍କ ମଧ୍ୟରୁ କେତେକଙ୍କୁ ତୁରନ୍ତ ଜିଏସ୍ଟି ଦେବାକୁ କୁହାଯାଇଛି ବୋଲି ସୂଚନା ଦେଇଥିଲେ।
Follow Us