ଭବାନୀପାଟଣା: ଭବାନୀପାଟଣା କୋର୍ଟ ପରିସରରେ ଆଜି ଭର୍ଚୁଆଲ ହାଇକୋର୍ଟ ଉଦ୍ଘାଟିତ ହୋଇଛି। ଆଜି ଅନ୍ଲାଇନ୍ ଯୋଗେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଧନଞ୍ଜୟ ୟାଇ ଚନ୍ଦ୍ରଚୁଡ଼ ଓ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ୍. ମୁରଲୀଧର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।
ଏହି ​​କୋର୍ଟ ମାଧ୍ୟମରେ ହାଇକୋର୍ଟ ସହ ଭବାନୀପାଟଣା ​​କୋର୍ଟ ଯୋଡ଼ି ହୋଇଛି। ଉଦ୍ଘାଟନୀ ଉତ୍ସବରେ କଳାହାଣ୍ଡି କୋର୍ଟ ପରିସରରେ ଜିଲ୍ଲା ଦୌରାଜଜ ସମେତ ସମସ୍ତ କୋର୍ଟର ବିଚାରପତି ଓ ଆଇନଜୀବୀ ଉପସ୍ଥିତ ଥିଲେ।
Follow Us