କଳିଙ୍ଗନଗରରେ ନକଲି ସିମେଣ୍ଟ କାରଖାନା; ୪ ଗିରଫ

Advertisment
ବାଉଁଶ ଫାଳିଆରେ ପିଟି ପିଟି ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତ ସ୍ବାମୀକୁ ବାନ୍ଧିଲା ପୁଲିସ

Image Courtesy of NDTV

ଦାନଗଦୀ: କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋଲାଗାଁ ନିକଟରେ ଏକ ନକଲି ସିମେଣ୍ଟ କାରଖାନାକୁ ପୁଲିସ ଗତକାଲି ରାତିରେ ଠାବ କରିଛି l  ଟ୍ରକରେ ବୋଝେଇ କରାଯାଉଥିବା ବେଳେ ୨୦୦ ବସ୍ତାରୁ ଅଧିକ  ନକଲି ଅଲଟ୍ରାଟେକ୍‌ ସିମେଣ୍ଟ ପୁଲିସ ଜବତ କରିଛି l  ଏହି ଘାଟଣାରେ  କଳିଙ୍ଗନଗର ପୁଲିସ  କାରଖାନାର ସୁପରଭାଇଜର, ମାଲିକ, ଟ୍ରକ ଡ୍ରାଇଭର,ଟ୍ରକ ମାଲିକ ପ୍ରଭୃତି ୪ଜଣଙ୍କୁ ଥାନାରେ ଅଟକ ରଖି ଜେରା  କରୁଛି l ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୁଲିସ ଅଟକ ବ୍ୟକ୍ତିଙ୍କ ନାଁ ସ୍ପଷ୍ଟ କରୁନି। ତେବେ ମୁଖ୍ୟ କାର୍ପଟଦାରକୁ ଖସାଇ ଦେବାକୁ  ପୁଲିସ ଉପରେ ଚାପ ପଡୁଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି l

ଏଠାରେ ଉଲ୍ଲେଖଯୋଗ୍ୟ ଯେ,  ୧ ବର୍ଷରୁ ଅଧିକ ସମୟ ହେଲା ଏହି ନକଲି ସିମେଣ୍ଟ କାରଖାନା ଗୋଲଗାଁ ନିକଟରେ ଚାଲିଥିଲା l  ପୁଲିସ କୌଣସି ସୂତ୍ରରୁ ଖବର ପାଇ ଗତକାଲି ରାତିରେ ଚଢ଼ଉ କରିଥିଲା। ଏଠାରେ ଏକ ପୁରୁଣା ରାଇସ ମିଲ ମେସିନ୍‌କୁ ବ୍ୟବହାର କରାଯାଇ ନଷ୍ଟ ହୋଇଯାଇଥିବା ମୁଣ୍ଡା ସିମେଣ୍ଟକୁ ଗୁଣ୍ଡ କରାଯାଇ ଅଲଟ୍ରାଟେକ୍‌ ନାମ ଲେଖାଥିବା ବସ୍ତାରେ ଭର୍ତ୍ତି କରି ବିକ୍ରି କରାଯାଉଥିବା ପୁଲିସ ଜାଣିବାକୁ ପାଇଛି।  ଏହି ନକଲି  ସିମେଣ୍ଟକୁ ଅସଲି ସିମେଣ୍ଟ ଠାରୁ ମାତ୍ର ୨୦ ରୁ ୩୦ ଟଙ୍କା କମ  ମୂଲ୍ୟରେ ବିକ୍ରି କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe