ମଝି ଚିଲିକାରେ ଯାତ୍ରୀଙ୍କ ସହ ଅଟକିଲା ଭସାପୋଲ

Advertisment
ଚିଲିକାରେ ସୁଧୁରୁନି ଭସାପୋଲ ସେବା: ଗୋଟିଏ ଚାଲିଲେ ଗୋଟିଏ ବନ୍ଦ

ବ୍ରହ୍ମଗିରି : ଗୁରୁବାର ଅପରାହ୍ନରେ ମଝି ଚିଲିକାରେ ଯାତ୍ରୀଙ୍କ ସହିତ ଭସାପୋଲ ଅଟକି ରହିଥିଲା। ଦୀର୍ଘ ଘଣ୍ଟାଏ ଧରି ଏହା ଅଟକି ରହିବା ପରେ ପୁଣି ଥରେ ସାତପଡ଼ା ଘାଟରେ ଆସି ଲାଗିଛି।

ଗୁରୁବାର ଅପରାହ୍ନରେ ଜହ୍ନିକୁଦା ଘାଟରୁ ଭସାପୋଲ ୨ଟି ଯାତ୍ରୀବାହୀ ବସ ସହିତ ୨୦ଟି ବାଇକ୍‌, ୨ଟି ଛୋଟ ଚାରିଚକିଆ ଗାଡି ଏବଂ ୭୦ରୁ ଅଧିକ ଯାତ୍ରୀଙ୍କୁ ନେଇ ସାତପଡ଼ା ଘାଟକୁ ଆସୁଥିଲା। ଜହ୍ନିକୁଦା ଘାଟଠାରୁ ମାତ୍ର କିଛି ଦୁର ଯିବା ପରେ ହଠାତ୍ ଭସାପୋଲ ଚ୍ୟାନେଲ ବାହାରକୁ ଯାଇ ଅଟକି ଯାଇଥିଲା। ମଝି ଚିଲିକାରେ ଭସାପୋଲ ଗାଡ଼ି ଓ ଯାତ୍ରୀଙ୍କ ସହିତଅଟକି ଯିବା ପରେ ତୁରନ୍ତ ସିଡିଏ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଅନ୍ୟ ଏକ ଏକ୍ସାଭେଟର ଚ୍ୟାନେଲ ପାଖରେ ପହ‌ଞ୍ଚି ବଡ଼ ଭସାପୋଲକୁ ବହୁ କଷ୍ଟରେ ପୁଣି ଥରେ ଚ୍ୟାନେଲ ଭିତରକୁ ଆଣିଥିଲା। ଦୀର୍ଘ ଘଣ୍ଟାଏ ଧରି ଭସାପୋଲ ମଝି ଚିଲିକାରେ ଅଟକିବା ପରେ ପୁଣି ଥରେ ଚ୍ୟାନେଲ ଭିତରକୁ ଆସି ସାତପଡ଼ା ଘାଟଠାରେ ପହ‌ଞ୍ଚିଥିଲା। ଚିଲିକାରେ ଭସାପୋଲ ଦୁର୍ଘଟଣା ହେବାର ଅନେକଥର ନଜିର ରହିଛି। ଭସାପୋଲ ଯାଉଥିବା ଚ୍ୟାନେଲ ପୋତି ହୋଇଯାଇଥିବାରୁ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe