ପୁଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ପିନାକୀ ବରାଳ ଆହତ, ଡାକ୍ତରଖାନାରେ ଭର୍ତ୍ତି

ଗୁଳିବିନିମୟ ବେଳେ ପୁଲିସ ଏସ୍‌ଆଇ ସାମାନ୍ୟ ଆହତ

ପୁଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ପିନାକୀ ବରାଳ ଆହତ, ଡାକ୍ତରଖାନାରେ ଭର୍ତ୍ତି

ପୁରୀ: କୁଖ୍ୟାତ ଅପରାଧୀ ପିନାକୀ ବରାଳ ଓରାଫ ପିନୁକୁ ପୁରୀ ପୁଲିସ ଗୁରୁବାର ଦିନ ଏନ୍‌କାଉଣ୍ଟର କରିଛି। ପିନୁର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଜଗନ୍ନାଥବସ୍ତିର ବିଦ୍ୟାଧର ବରାଳଙ୍କ ପୁଅ ପିନୁକୁ ପୁରୀ ଜିଲ୍ଲା ବାସେଳିସାହି ଆଇଆଇସି ମାନସ ବାରିକ ଏବଂ ତାଙ୍କର ଟିମ୍‌ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ପାଟ୍ରୋଲିଂରେ ବାହାରିଥିଲେ। ଲୋକନାଥ ମନ୍ଦିର ପଛପଟରେ ଥିବା ଶଙ୍ଖେଶ୍ବର ଜଂଗଲରେ ପୁଲିସକୁ ଦେଖି ପିନୁ ପ୍ରଥମେ ଗୁଳି ଚଳାଇଥିଲା। ପୁଲିସର ପାଲଟା ଗୁଳିରେ ପିନୁ ଆହତ ହୋଇଥିଲା। ପିନୁର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ପିସ୍ତଲ ଓ ୨ଟି ଗୁଳି ଜବତ ହୋଇଛି।

ତେବେ ଅପରାଧୀ ପିନୁ ସହିତ ଗୁଳିବିନିମୟ ବେଳେ ଏସ୍‌ଆଇ ବି ମାଝୀ ସାମାନ୍ୟ ଆହତ ହୋଇଛନ୍ତି। ପୁଲିସ କହିଛି ଯେ, କୁଖ୍ୟାତ ଅପରାଧୀ ପିନୁ ନାଁରେ ବାସେଳିସାହି, ତାଳବଣିଆ ଓ କୁମ୍ଭାରପଡ଼ା ଥାନାରେ ହତ୍ୟା ଉଦ୍ୟମ, ଆକ୍ରମଣ, ଦାଦାବଟି, ରାହଜାନୀ ଇତ୍ୟାଦି ଘଟଣାରେ ୧୧ରୁ ଊର୍ଦ୍ଧ୍ବ ମାମଲା ରହିଛି। ପୁଲିସ କହିଛି ଘଟଣାସ୍ଥଳରୁ ପିସ୍ତଲ, ଗୁଳି, ନମ୍ବର ବିହୀନ ବାଇକ୍‌ ଓ ମୋବାଇଲ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe