ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସାଧିକାରୀ, ପିଅନ

ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ

Image Courtesy Sambad English

ଭାପୁର : ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଛେଳି ଋଣରେ ସବ୍‌ସିଡି କରାଇଦେବା ପାଇଁ ପ୍ରାଣୀ ଚିକିତ୍ସାଧିକାରୀ ପିଅନ ମାଧ୍ୟମରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ସଦର ମହକୁମାରେ ଥିବା ପ୍ରାଣୀ ଚିକିତ୍ସାଳୟରେ। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ପଥରଚକଡ଼ା ପଞ୍ଚାୟତ ମାଧପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ଚନ୍ଦ୍ର ନାୟକ ଏକ ଛେଳିଫାର୍ମ କରିଥିବାବେଳେ ସବ୍‌ସିଡି ପାଇବା ପାଇଁ ଭାପୁର ପ୍ରାଣୀ ଚିକିତ୍ସାଧିକାରୀ ଡା. ମମତା ହେମ୍ବ୍ରମ ପିଅନ ପିଅନ ଅନନ୍ତ କୁମାର ପାଇକରାୟଙ୍କ ମାଧ୍ୟମରେ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe