ବକ୍ସିବଜାର ଛକରେ ବୀଭତ୍ସ ହତ୍ୟା: ମୃତଦେହ ନିକଟରୁ ମିଳିଲା ଭଙ୍ଗା ଚୁଡ଼ି

ବକ୍ସିବଜାର ଛକରେ ଜଣେ ବ୍ୟକ୍ତିଙ୍କ ଗଳାକାଟି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଉଛନ୍ତି ବାଦାମବାଡ଼ି ଥାନା ଅନ୍ତର୍ଗତ ଶଙ୍କରପୁର ଅଞ୍ଚଳର ଅଶୋକ ବାରିକ(୫୫)। ମଙ୍ଗଳବାର ବିଳମ୍ବିତ ରାତିରେ ଦୋକାନ ବାରଣ୍ଡାରେ ଶୋଇଥିଲା ବେଳେ ତାଙ୍କୁ ହତ୍ୟା କରାଯାଇଛି।

fshsfhhfsxb

କଟକ: ବକ୍ସିବଜାର ଛକରେ ଜଣେ ବ୍ୟକ୍ତିଙ୍କ ଗଳାକାଟି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଉଛନ୍ତି ବାଦାମବାଡ଼ି ଥାନା ଅନ୍ତର୍ଗତ ଶଙ୍କରପୁର ଅଞ୍ଚଳର ଅଶୋକ ବାରିକ(୫୫)। ମଙ୍ଗଳବାର ବିଳମ୍ବିତ ରାତିରେ ଦୋକାନ ବାରଣ୍ଡାରେ ଶୋଇଥିଲା ବେଳେ ତାଙ୍କୁ ହତ୍ୟା କରାଯାଇଛି। ଘଟଣାସ୍ଥଳରୁ ପୁଲିସ ଭଙ୍ଗା ଚୁଡ଼ି ଜବତ କରିଛି। ହତ୍ୟାକାଣ୍ଡରେ କୌଣସି ମହିଳାଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। କ୍ୟାଣ୍ଟନ୍‌ମେଣ୍ଟ ଥାନା ପୁଲିସ ଶବ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ଶଙ୍କରପୁର ଅଞ୍ଚଳର ଅଶୋକ ଅବିବାହିତ ଥିଲେ। ତାଙ୍କର ବାପା ବାଦାମବାଡ଼ି ଅଞ୍ଚଳରେ ଫଳ ବ୍ୟବସାୟ କରୁଥି‌ଲେ। ଗୋଟିଏ ସମୟରେ ଅଶୋକ ବାପାଙ୍କ ସହିତ ମିଶି ଫଳ ବ୍ୟବସାୟ କରୁଥିଲେ। ବାପାଙ୍କ ଦେହାନ୍ତ ପରେ ଶଙ୍କର ଘର ଛାଡ଼ି ବାହାରେ ରହୁଥିଲେ। ଦିନ ସମୟରେ ଶୌଚାଳୟରେ କେୟାରଟେକର୍‌ ଭାବେ କାମ କରୁଥିଲେ। କାମ ସରିବା ପରେ ଦୋକାନ ପିଣ୍ଡାରେ ରାତି କାଟୁଥିଲେ। ଗଲା କିଛି ମାସ ହେବ ଅଶୋକ ବକ୍ସିବଜାର ସ୍ଥିତ ସିଡିଏ ମାର୍କେଟରେ ରହୁଥିଲେ। ମଙ୍ଗଳବାର ରାତିରେ ସେ ସିଡିଏ ମାର୍କେଟରେ ଥିବା ପାୟଲ ରେଷ୍ଟୁରାଷ୍ଟ ବାରଣ୍ଡାରେ ଶୋଇଥିଲେ। ବୁଧବାର ସକାଳେ ପ୍ରଥମେ ଜଣେ ମହିଳା ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିଥିଲେ। ଏ ସଂକ୍ରାନ୍ତରେ ଖବର ମିଳିବା ପରେ ଏସିପି ଅରୁଣ ସ୍ୱାଇଁଙ୍କ ସମେତ ସ୍ପେସାଲ ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାଡ୍‌ ମଧ୍ୟ ପହଞ୍ଚି ଘଟଣାସ୍ଥଳରୁ ରକ୍ତ ନମୁନା ସଂଗ୍ରହ କରିଥିଲା। ଯାଞ୍ଚ ସମୟରେ ଅଶୋକଙ୍କ ବେକରେ ଗଭୀର କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ଖଣ୍ଡା, କଟୁରି କିମ୍ବା ଭୁଜାଲିରେ ତାଙ୍କୁ ହଣାଯାଇଥିବା ପୁଲିସ ସନ୍ଦେହ କରୁଛି। ଏହା ସହିତ ତାଙ୍କ ଛାତି, ପିଠି, କାନ୍ଧ ଆଦି ଶରୀରର ବିଭିନ୍ନ ସ୍ଥାନକୁ ବି ହଣାଯାଇଛି।

ସିଡିଏ ମାର୍କେଟରେ ଲାଗିଥିବା ଏକାଧିକ ସିସିଟିଭି କାମ କରୁନଥିବା ବେଳେ ରାସ୍ତାରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ରୁ ହତ୍ୟାକାରୀଙ୍କୁ ଚିହ୍ନଟ କରିଛି ପୁଲିସ। ଅଶୋକ କାହା ସହିତ ସେଭଳି ମିଳାମିଶା କରୁନଥିବା ସ୍ଥାନୀୟ ଲୋକେ ବୟାନ ଦେଇଛନ୍ତି। କାମ ସାରି ସେ ଏକୁଟିଆ ବସୁଥିଲେ ବୋଲି ବ୍ୟବସାୟୀମାନେ ପୁଲିସକୁ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଥିଲା। କିନ୍ତୁ ପାରିବାରିକ ସମ୍ପର୍କ ତାଙ୍କର ଭଲ ନଥିବାରୁ ମୃତଦେହ ନେବାକୁ ପରିବାର ସଦସ୍ୟ ମନା କରିଦେଇଥିଲେ। ଭାଇମାନଙ୍କ ସହିତ ତାଙ୍କର ବହୁଦିନ ହେବ ବିବାଦ ଲାଗି ରହିଥିଲା। ହତ୍ୟାକାଣ୍ଡ ସମ୍ପର୍କରେ ମଧ୍ୟ କେହି ଥାନାରେ ଏତଲା ଦେଇନାହାନ୍ତି। ତେଣୁ ବ୍ୟବଚ୍ଛେଦ ପରେ ମୃତଦେହକୁ ବଡ଼ ଡାକ୍ତରଖାନାରେ ରଖାଯାଇଥିବା କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe