୧୪ରେ ଭୁବନେଶ୍ବର ରେଳ ଷ୍ଟେସନରେ ବିଭୀଷିକା ସ୍ମରଣ ଦିବସ

Advertisment
୧୪ରେ ଭୁବନେଶ୍ବର ରେଳ ଷ୍ଟେସନରେ ବିଭୀଷିକା ସ୍ମରଣ ଦିବସ

ଭୁବନେଶ୍ବର : ଅଗଷ୍ଟ ୧୪ରେ ଦେଶ ବିଭାଜନ ସମୟର ବିଭୀଷିକା(ଭୟ) ସ୍ମରଣ ଦିବସ ପାଳନ କରାଯିବ। ବିଭାଜନ ସମୟର ବିଭୀଷିକାକୁ ସ୍ମରଣ କରିବା ଲାଗି ୧୪ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଏକ ପ୍ରଦର୍ଶନୀ ଆୟୋଜିତ ହେବ। ଏଥିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ରେଳଷ୍ଟେସନ୍‌ରେ ଉପସ୍ଥିତ ରହିବେ।

ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପୁରୀ, ଭୁବନେଶ୍ୱର, ସମ୍ବଲପୁର ଓ ବିଶାଖାପାଟଣା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ୍‌ଗୁଡ଼ିକରେ ବିଭାଜନ ବିଭୀଷିକା ସ୍ମରଣ ଦିବସ ପାଳନ କରାଯିବା ସହ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଦେଶ ବିଭାଜନ ସମୟରେ ବିସ୍ଥାପିତ ହୋଇଥିବା ଲକ୍ଷଲକ୍ଷ ଲୋକଙ୍କ ଦୁଃଖ ଓ ଦାରୁଣ ମାନସିକ ଯନ୍ତ୍ରଣାକୁ ସାମ୍ନାକୁ ଆଣିବା ପାଇଁ ବିଭାଜନ ସମୟର ଭୟାବହତାକୁ ସ୍ମରଣ କରିବାକୁ ଏହି ଦିବସ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe