କେନ୍ଦୁଝର ବିଜେଡିରେ କମ୍ପନ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସମର୍ଥିତ ୧୮ ସମିତିସଭ୍ୟ

Advertisment

ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଘନଉଛି ଅନାସ୍ଥା

ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଘନଉଛି ଅନାସ୍ଥା

କେନ୍ଦୁଝର ବିଜେଡିରେ କମ୍ପନ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସମର୍ଥିତ ୧୮ ସମିତିସଭ୍ୟ

କେନ୍ଦୁଝର: ଯାଜପୁର ଜିଲ୍ଲା ଧର୍ମଶାଳା ଭଳି କେନ୍ଦୁଝର ପଞ୍ଚାୟତ ସମିତିର ଏକାଧିକ ସମିତିସଭ୍ୟ ବିଜେପିରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ଲାଗି ରହିଛି। ବି‌ଶେଷ କରି କେନ୍ଦୁଝର ସଦର ପଞ୍ଚାୟତ ସମିତିର ୧୮ ଜଣ ବିଜେଡି ସମର୍ଥିତ ସମିତିସଭ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ କେନ୍ଦୁଝର ରାଜନୀତିରେ ଏକପ୍ରକାର କମ୍ପନ ସୃଷ୍ଟି ହୋଇଛି। ମାଟିର ପୁଅ ତଥା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମିତି ସଭ୍ୟମାନେ ଶୁଭେଚ୍ଛା ଜଣାଇବା ପରେ କେନ୍ଦୁଝର ରାଜନୀତିରେ ନୂଆ ସମୀକରଣକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଏହି ଘଟଣା ପରେ କେନ୍ଦୁଝର ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାୟକଙ୍କ ବିରୋଧରେ ଅନାସ୍ଥା ଭୟ ଉପୁଜିଛି।

କେନ୍ଦୁଝର ସଦର ପଞ୍ଚାୟତ ସମିତିରେ ରହିଛି ମୋଟ ୨୫ଟି ପଞ୍ଚାୟତ। ଏହାର ଅଧ୍ୟକ୍ଷା ଅଛନ୍ତି କାଉଁରୀକଳା ପଞ୍ଚାୟତର ବିଜେଡି ସମର୍ଥିତ ସମିତିସଭ୍ୟ ଜ୍ୟୋତିର୍ମୟୀ ନାୟକ। ତେବେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ସ୍ଥିତି ଓଲଟିବାରେ ଲାଗିଛି। ଗତ ୨୪ ତାରିଖରେ ବ୍ଲକ୍‌ କାର୍ଯ୍ୟାଳୟରେ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମାତ୍ର ୭ ଜଣ ସମିତିସଭ୍ୟ ଉପସ୍ଥିତ ଥିବାବେଳେ ଅବଶିଷ୍ଟ ୧୮ ଜଣ ଏକ କଲ୍ୟାଣ ମଣ୍ଡପରେ ଏକାଠି ହୋଇ ଅଧ୍ୟକ୍ଷାଙ୍କ ବିରୋଧରେ ମେଳି କରିଥିଲେ। ଏହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ଗତକାଲି ବିଜେଡି ସମର୍ଥିତ କଣ୍ଡରାପଶି, ପର୍ଜନପୁର, ବୋଦାପଳସା, ବାଉରୀପଦା, ଜନାର୍ଦ୍ଦନପୁର, ନରଣପୁର, ହାଣ୍ଡିଭଙ୍ଗା, ପଳାଶପଙ୍ଗା, ଗୋବର୍ଦ୍ଧନ, ନୂଆଗାଁ, ମହାଦେଇଯୋଡ଼ା, ବରଦାପାଳ, କାଠବାରି, ଗୋପୀନାଥପୁର, ରାଇସୁଆଁ, ରାଇକଳା, ନେଲୁଙ୍ଗ, ଶିରୀଷପାଳ ପଞ୍ଚାୟତର ସମିତିସଭ୍ୟମାନେ ମିଳିତ ଭାବେ ରାଜଧାନୀ ଭୁବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଭେଟଘାଟ ପରେ ଆସନ୍ତା ସେପ୍ଟେମ୍ବରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାୟକଙ୍କୁ ଗାଦିଚ୍ୟୁତ କରିବା ପାଇଁ ଅନାସ୍ଥା ପ୍ରସ୍ତାବ ଆସିପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe