ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବିଧାନସଭାସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବାଚସ୍ପତି ଶ୍ରୀ ପାତ୍ର କୁଳପତି ପ୍ରଫେସର ତ୍ରିପାଠୀଙ୍କୁ ସଂସ୍କୃତି ବିଶ୍ବବିଦ୍ୟାଳୟର କାର୍ଯ୍ୟାବଳୀ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ। ବିଶ୍ବବିଦ୍ୟାଳୟ ଉନ୍ନତି ପାଇଁ ପ୍ରୟାସ ଜାରି ରଖିବାକୁ ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି। ସାକ୍ଷାତ ଆଲୋଚନା ବେଳେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ।
ବାଚସ୍ପତିଙ୍କୁ ସାକ୍ଷାତ କଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି
Advertisment
Follow Us