ମନ୍ଥର ଗତିରେ ଚୟନ ପ୍ରକ୍ରିୟା, ୬ ବିଶ୍ୱବିଦ୍ୟାଳୟ କୁଳପତି ପଦ ପାଇଁ ଆବେଦନ ସରିଲାଣି

Advertisment

କୁଳପତିଙ୍କ କାର୍ଯ୍ୟକାଳ ପୁଣି ବଢ଼ାଇବାକୁ ମସୁଧା, ଦୌଡ଼ରେ ୩ କୁଳପତି, ଦୁଇ ପୂର୍ବତନ କୁଳପତି

କୁଳପତିଙ୍କ କାର୍ଯ୍ୟକାଳ ପୁଣି ବଢ଼ାଇବାକୁ ମସୁଧା, ଦୌଡ଼ରେ ୩ କୁଳପତି, ଦୁଇ ପୂର୍ବତନ କୁଳପତି

ସେଲ୍‌ଫ ଫାଇନାନ୍ସିଂ କୋର୍ସରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ସର୍ବାଧିକ କ୍ୟାମ୍ପସ ନିଯୁକ୍ତି

timesofindia.indiatimes.com

ଭୁବନେଶ୍ୱର : ଉତ୍କଳ ସମେତ ୬ଟି ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହୋଇଗଲାଣି। ଏବେ ସେମାନେ ୩ ମାସିଆ ବର୍ଦ୍ଧିତ କାର୍ଯ୍ୟକାଳରେ ପଦରେ ରହିଥିବା ବେଳେ ନୂତନ କୁଳପତି ଚୟନ ଲାଗି ପ୍ରକ୍ରିୟା ଜାରି ରହିଛି। ସମସ୍ତ ୬ଟି ବିଶ୍ବବିଦ୍ୟାଳୟ କୁଳପତି ପଦ ଲାଗି ଆବେଦନ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୟନ(ସର୍ଚ୍ଚ) କମିଟି ବୈଠକ ବସିନି କି କମିଟିର ଆବାହକ ଥିବା ଉଚ୍ଚଶିକ୍ଷା ବିଭାଗ ସଚିବ ବୈଠକ ଡାକି ନାହାନ୍ତି। ଆବେଦନପତ୍ର ସ୍କ୍ରିନିଂ ଓ କରୋନା ଆଳରେ ବିଭାଗ ଦିନ ଗଡ଼େଇ ଚାଲିଥିବାରୁ ଆଶାୟୀଙ୍କ ମଧ୍ୟରେ ଆଶଙ୍କା ବଢ଼ୁଛି ଏବଂ ବର୍ତମାନର କୁଳପତିଙ୍କ କାର୍ଯ୍ୟକାଳ ଆଉ ୩ ମାସ ବଢ଼ାଇବାକୁ ମସୁଧା ହେଉଥିବା ନେଇ ଜୋରଦାର ଚର୍ଚ୍ଚା ଜୋର ଧରିଛି। କାର୍ଯ୍ୟକାଳ ଶେଷ ହୋଇଥିବା କେତେଜଣ କୁଳପତି ମୂଳ ଅନୁଷ୍ଠାନରୁ ଅନୁମତି ନ ଆଣି ବର୍ତମାନ ପଦବିରେ ରହିଥିବା ଚର୍ଚ୍ଚା ଚାଲିଛି।

ସବୁଠାରୁ ବଡ଼ କଥା ହେଲା ଯେ ଆବେଦନ ପ୍ରକ୍ରିୟ‌ା ଶେଷ ହେବାର ୬୦ ଦିନ ଭିତରେ ଚୟନ କମିଟି ବୈଠକ ବସି ଚୂଡ଼ାନ୍ତ ୩ ଆଶାୟୀ ପ୍ରଫେସରଙ୍କ ନାମ କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ସୁପାରିସ କରିବାକୁ ରାଜଭବନ ପକ୍ଷରୁ କୁହାଯାଇଥିଲା। ହେଲେ ଏହି ନିର୍ଦେଶକୁ କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଏବେ ପଦାକୁ ଆସିଛି। ଜୁନ୍‌ ୩୦ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲା। ଇତିମଧ୍ୟରେ ୪୦ ଦିନ ଗଡ଼ିଯାଇଥିଲେ ମଧ୍ୟ ପ୍ରକ୍ରିୟା ଆଗେଇ ପାରିନି। ସେହିପରି ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଆବେଦନ ପ୍ରକ୍ରିୟା ଜୁଲାଇ ୪, ଉତ୍କଳ ବିଶ୍ବବିଦ୍ୟାଳୟର ଜୁଲାଇ ୮, ଫକୀର ମୋହନ ବିଶ୍ବବିଦ୍ୟାଳୟର ଜୁଲାଇ ୧୩, ଉତ୍ତର ଓଡ଼ିଶାର ଜୁଲାଇ ୧୮ରେ ଶେଷ ହୋଇଥିଲା। ଉତ୍କଳ ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଆବେଦନକୁ ମାସେ ଗଡ଼ିଯାଇଥିଲେ ମଧ୍ୟ ଏଦିଗରେ ପଦକ୍ଷେପ ନିଆଯାଇ ନାହିଁ।

ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତି ହେବା ଲାଗି ସର୍ବାଧିକ ୮୭ ପ୍ରଫେସର ଆବେଦନ କରିଥିବା ବେଳେ ଉତ୍ତର ଓଡ଼ିଶା ପାଇଁ ୭୨, ଉତ୍କଳ ବିଶ୍ବବିଦ୍ୟାଳୟ ଲାଗି ୭୧, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଲାଗି ୬୩, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପାଇଁ ୫୩ ଓ ରମାଦେବୀ ବିଶ୍ବବିଦ୍ୟାଳୟ ଲାଗି ୪୭ ଜଣ ପ୍ରଫେସର ଆବେଦନ କରିଛନ୍ତି। ବର୍ତମାନର ୩ ଜଣ କୁଳପତି ଓ ଦୁଇ ଜଣ ଅବସରପ୍ରାପ୍ତ କୁଳପତି ଦୌଡ଼ରେ ସାମିଲ ହୋଇଛନ୍ତି। ପଶ୍ଚିମ ଓଡ଼ିଶାର ଗୋଟିଏ ବିଶ୍ବବିଦ୍ୟାଳୟର କୁଳପତି ୫ଟି ବିଶ୍ବବିଦ୍ୟାଳୟ ଲାଗି ଆବେଦନ କରିଥିବା ବେଳେ ଭୁବନେଶ୍ବରର ଏକ ବିଶ୍ବବିଦ୍ୟାଳୟ କୁଳପତି ୩ଟି ବିଶ୍ବବିଦ୍ୟାଳୟ ଲାଗି ଆବେଦନ କରିଛନ୍ତି। ଅଭିଯୋଗ ଆସିବାରୁ ଅଧାରୁ ପଦ ଛାଡ଼ିଥିବା ଜଣେ ପୂର୍ବତନ କୁଳପତି ବି ୫ଟି ବିଶ୍ବବିଦ୍ୟାଳୟ ଲାଗି ଆବେଦନ କରିଛନ୍ତି।

ଉତ୍କଳ ବିଶ୍ବବିଦ୍ୟାଳୟରୁ ବର୍ତମାନର ୬ ଜଣ ପ୍ରଫେସର, ଦୁଇ ଜଣ ଅବସରପ୍ରାପ୍ତ ପ୍ରଫେସର କୁଳପତି ଦୌଡ଼ରେ ଅଛନ୍ତି। ୪ ଜଣ ପ୍ରଫେସର ଗୋଟିଏ ଲେଖାଏଁ, ଦୁଇ ଜଣ ୪ଟି ଲେଖାଏଁ, ଜଣେ ୩ଟି ଓ ଆଉ ଜଣେ ୨ଟି ବିଶ୍ବବିଦ୍ୟାଳୟ ଲାଗି ଆବେଦନ କରିଛନ୍ତି। ଫକୀର ମୋହନ ବିଶ୍ବବିଦ୍ୟାଳୟର ୩ ଜଣ ପ୍ରଫେସର ୬ଟି ଯାକ ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର ୬ଟି, ଜଣେ ୩ଟି, ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର ୫ଟି, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଦୁଇ ଜଣ ପ୍ରଫେସର ୬ଟି ଲେଖାଏଁ ଓ ଜଣେ ଅବସରପ୍ରାପ୍ତ ପ୍ରଫେସର ୪ଟି ଲାଗି ଆବେଦନ କରିଛନ୍ତି। ଫକୀର ମୋହର ବିଶ୍ବବିଦ୍ୟାଳୟ ୪ ଜଣ ପ୍ରଫେସର ୬ଟି ଯାକ ବିଶ୍ବିବିଦ୍ୟାଳୟ, ଉତ୍ତର ଓଡ଼ିଶା ଓ ଏକ ଘରୋଇ ବିଶ୍ବବିଦ୍ୟାଳୟର ଜଣେ ଲେଖାଏଁ ପ୍ରଫେସର ୪ଟି ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe