ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବୁଲି : ଅତିଥି ଭାବରେ ଯୋଗଦେବେ ଉପରାଷ୍ଟ୍ରପତି

Advertisment
ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବୁଲି : ଅତିଥି ଭାବରେ ଯୋଗଦେବେ ଉପରାଷ୍ଟ୍ରପତି

ବଲାଙ୍ଗୀର : ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର କଲେଜ ଚଳିତ ବର୍ଷ ୭୫ ବର୍ଷରେ ପଦାର୍ପଣ କରୁଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ଡିସେମ୍ବର ମାସରେ ରାଜେନ୍ଦ୍ର କଲେଜ ଆଲୁମିନି ସଂଘ ପକ୍ଷରୁ ପ୍ଲାଟିନମ ଜୁବୁଲି ପାଳନ କରାଯିବ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡ଼ୁ ଯୋଗଦେବାକୁ ସ୍ବୀକୃତି ପ୍ରଦାନ କରିଥିବା ଜଣାପଡ଼ିଛି। ଗୁରୁବାର ପେଟ୍ରୋଲିୟମ, ଗ୍ୟାସ ଓ ସ୍କିଲ୍‌ ଡେଭଲପମେଣ୍ଟ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଓ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଏଥିଲାଗି ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ର‌ମରେ ଅତିଥି ଭାବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ରାଜ୍ୟସଭା ଅଧିବେଶନ ପରେ ଉପରାଷ୍ଟ୍ରପତି ବଲାଙ୍ଗୀର ଆସି ଏହି କାର୍ଯ୍ୟକ୍ରମରେ ଅତିଥି ହେବେ ବୋଲି ସ୍ବୀକୃତି ଦେଇଥିବା ସାଂସଦ ଶ୍ରୀମତୀ ସିଂହଦେଓ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe