କଟକ: ଉପନିବେଶବାଦ ବିରୋଧରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଯେଉଁ ଅଗ୍ନି ପ୍ରଜ୍ବଳିତ କରିଥିଲେ, ତାହା ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ମନରେ ରହିଛି। ଯେଉଁଠାରେ ସାହସ ଭୟକୁ ପରାଜିତ କରିଥାଏ, ଯେଉଁଠାରେ କର୍ତ୍ତବ୍ୟ ଆତ୍ମସ୍ବାର୍ଥରୁ ଉପରେ ଥାଏ ଏବଂ ଯେଉଁଠାରେ ଭାରତ ବଡ଼ ସ୍ବପ୍ନ ଦେଖେ ଓ ଆତ୍ମବିଶ୍ବାସର ସହ ଠିଆ ହୋଇଥାଏ, ସେତେବେଳେ ନେତାଜୀ ଆଜି ମଧ୍ୟ ବଞ୍ଚିଥିବା ସ୍ପଷ୍ଟ ବାରି ହୋଇପଡ଼େ। ତାଙ୍କ ଜୟନ୍ତୀ ଅବସରରେ ଯଦି ଆମେ ସମସ୍ତେ ବିକଶିତ ଭାରତର ଲକ୍ଷ୍ୟ ପାଇଁ ସମୂହଭାବେ ଆଗେଇବା, ତାହା ହିଁ ହେବ ନେତାଜୀଙ୍କ ପ୍ରତି ସର୍ବୋତ୍ତମ ଶ୍ରଦ୍ଧାଞ୍ଜଳି ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ କହିଛନ୍ତି। ଆଜି ପରାକ୍ରମ ଦିବସ ଅବସରରେ ନେତାଜୀ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ର ଶ୍ରୀ ରାଧାକ୍ରିଷ୍ଣନ୍ ଏହା କହିଛନ୍ତି।
Sand Smuggling: ମାଲେମାଲ ମାଫିଆ ବେପାରୀ, ସରକାର ଭକୁଆ
ନେତାଜୀଙ୍କ ଜନ୍ମସ୍ଥାନ ଓ ସଂଗ୍ରହାଳୟରେ ଆଜି ଉପରାଷ୍ଟ୍ରପତି ପହଞ୍ଚିବା ପରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସଂଗ୍ରହାଳୟ ପରିସରରେ ଡାକ ବିଭାଗର ଫିଲାଟେଲିକ୍ ୧୩ ନମ୍ବର ଗ୍ୟାଲେରିକୁ ଉଦ୍ଘାଟନ କରିବା ସହ ଅନ୍ୟ ଗ୍ୟାଲେରିଗୁଡ଼ିକୁ ବୁଲି ଦେଖିଥିଲେ। ପରେ ନେତାଜୀ ସଂସ୍କୃତି ଭବନକୁ ଉଦ୍ଘାଟନ କରିବା ସହ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ, ଏଠାରେ ଥିବା ସମସ୍ତ ଗ୍ୟାଲେରି ଯୁବପିଢ଼ିଙ୍କୁ ଆମ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅପାର ତ୍ୟାଗ ଓ କଷ୍ଟକୁ ବୁଝିବାରେ ସହାୟତା କରିବ।
ଉଦ୍ଘାଟିତ ହେଲା ଫିଲାଟେଲିକ୍ ଗ୍ୟାଲେରି, ନେତାଜୀ ସଂସ୍କୃତି ଭବନ
ଯୋଗ ଦେଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
ଯେଉଁମାନଙ୍କ ସର୍ବସ୍ବ ବଳିଦାନ ଆଜି ଆମକୁ ସ୍ବାଧୀନତାର ପବନରେ ନିଃଶ୍ବାସ ନେବାର ସୁଯୋଗ ଦେଇଛି। ପ୍ରାଚୀନ କାଳରୁ ସ୍ବାଧୀନତା ସଂଗ୍ରାମ ପର୍ଯ୍ୟନ୍ତ ଓଡ଼ିଶାର ପ୍ରତିରୋଧ, ପରାକ୍ରମର ଐତିହ୍ୟ, ନେତାଜୀଙ୍କ ବିପ୍ଳବ ପଥରେ ଏକ ଶକ୍ତିଶାଳୀ ପ୍ରତିଧ୍ବନି ସୃଷ୍ଟି କରିଥିଲା। ଯେଉଁ ଭୂମି ଆକ୍ରମଣ ସହିଥିଲା ଓ ନିଜ ପରିଚୟକୁ ରକ୍ଷା କରିଥିଲା, ସେହି ଭୂମି ନେତାଜୀଙ୍କ ସନ୍ଦେଶକୁ ବୁଝିଥିଲା। ତେଣୁ ସ୍ବାଧୀନତା ଆତ୍ମସମର୍ପଣରେ ନୁହେଁ, ବରଂ ସାହସ ଓ ଏକତାରେ ମିଳେ ବୋଲି ପ୍ରମାଣିତ ହୋଇଛି। ନେତାଜୀଙ୍କୁ ଯଥୋଚିତ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଦୃଢ଼ ସହଯୋଗକୁ ସେ ସାଧୁବାଦ ଜଣାଇଛନ୍ତି।
Horticulture: ଉଜୁଡ଼ିଗଲାଣି ୧୩ କୋଟିର ବୃହତ୍ ପିଜୁଳି ଫାର୍ମ
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତାକୁ ଏଲ୍ଇଡି ସ୍କ୍ରିନ୍ରେ ପ୍ରସାରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି, ନେତାଜୀଙ୍କ ଜୀବନୀ ଆମକୁ ନିର୍ଭୀକ ନେତୃତ୍ବର ମୂଲ୍ୟବୋଧ, କାର୍ଯ୍ୟରେ ସଚ୍ଚୋଟତା, ବିବିଧତାରେ ଏକତା ବିଷୟରେ ଶିକ୍ଷା ଦେଇଥାଏ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ନେତାଜୀଙ୍କ ନାମ ସ୍ମରଣ କରିବା ମାତ୍ରେ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ବୀରତ୍ବ, ସାହସ ଓ ବଳିଦାନର ଗାଥା ଉଦ୍ଭାଷିତ ହୋଇଥାଏ। ୨୦୨୧ରୁ କେନ୍ଦ୍ର ସରକାର ନେତାଜୀଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳନ କରୁଛନ୍ତି। ଏହା ନେତାଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। ଏହି କାର୍ଯ୍ୟକ୍ରମରେ କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ ସ୍ବାଗତ ଭାଷଣ ଦେଇଥିଲା ବେଳେ ରାଜ୍ୟ କ୍ରୀଡ଼ା ଓ ଯୁବସେବା, ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମେୟର ସୁବାସ ସିଂହ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ, ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ, କଟକ ସଦର ବିଧାୟକ ପ୍ରକାଶଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇଥିଲେ।
Follow Us