ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରୁଟ୍‌ ସ୍ଥିର କଲା ପୁଲିସ

Advertisment
ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରୁଟ୍‌ ସ୍ଥିର କଲା ପୁଲିସ

ଭୁବନେଶ୍ୱର : ଏମ୍‌ସ (ଭୁବନେଶ୍ୱର)ର ପ୍ରଥମ ସମାବର୍ତ୍ତନ ଉତ୍ସବ ଆସନ୍ତା ଅଗଷ୍ଟ ୧୬ତାରିଖରେ ଅନୁଷ୍ଠିତ ହେବ। ଏଥିରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଉପରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀରୁ ଆସି ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ଏମ୍‌ସ କ୍ୟାମ୍ପସକୁ ଯିବେ। ସେଠାରେ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ନୂଆଦିଲ୍ଲୀ ଫେରିଯିବେ। ଉପରାଷ୍ଟ୍ରପତି କେଉଁ ରାସ୍ତାରେ ଏମ୍‌ସକୁ ଯିବେ ଏବଂ ଫେରିବେ କମିସନରେଟ୍‌ ପୁଲିସ ପକ୍ଷରୁ ତାହା ସ୍ଥିର କରାଯାଇଛି। ବିମାନବନ୍ଦରରୁ ସୁର୍‌ କମ୍ପାନି ଛକ, ଗଙ୍ଗନଗର, ସିରିପୁର, ଫାୟାର ଷ୍ଟେସନ, ଖଣ୍ଡଗିରି, ଆଇଗିଣିଆ ଛକ ଦେଇ ଏମ୍‌ସ କ୍ୟାମ୍ପସକୁ ଯିବେ। ସେଠାରେ କାର୍ଯ୍ୟକ୍ରମ ଶେଷ ହେବା ପରେ ଉପରୋକ୍ତ ରାସ୍ତା ଦେଇ ଫେରିବେ। ତେଣୁ ଏହି ରାସ୍ତାର ଆବଶ୍ୟକୀୟ ସ୍ଥାନରେ ମରାମତି କରିବା ପାଇଁ ଭୁବନେଶ୍ୱର ଡିସିପି ପୂର୍ତ୍ତ ସଚିବଙ୍କୁ ଚିଠି ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe