ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ବିଶ୍ବାସ ଅଛି ଓ ପ୍ରବଳ ଭଲପାଇବା ରହିଛି, ବିଜୟ ସୁନିଶ୍ଚିତ: ବିଜେଡି ମେୟର ପ୍ରାର୍ଥୀ

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ବିଶ୍ବାସ ଅଛି ଓ ପ୍ରବଳ ଭଲପାଇବା ରହିଛି, ବିଜୟ ସୁନିଶ୍ଚିତ: ବିଜେଡି ମେୟର ପ୍ରାର୍ଥୀ

ଭୁବନେଶ୍ଵର: ଭୁବନେଶ୍ବର ମହାନଗର ନିଗମ (ବିଏମସି) ନିର୍ବାଚନ ପାଇଁ ରାଜଧାନୀରେ ପ୍ରଚାର ସରଗରମ ହେବାରେ ଲାଗିଛି । ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସଙ୍କୁ ସାଥୀରେ ଧରି ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ବିଶାଳ ବାଇକ ଶୋଭାଯାତ୍ରା କରି ଭୁବନେଶ୍ଵର ୪୪,୪୫,୫୬,୫୭,୫୮ ୱାର୍ଡରେ ଜୋରଦାର ପ୍ରଚାର ଅଭିଯାନ ଚଳାଇନ୍ତି ।ଶ୍ରୀମତୀ ଦାସଙ୍କ ସମେତ ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ଆଜି ବିଶାଳ ବାଇକ ଶୋଭାଯାତ୍ରା କରି ବିଜେବି ନଗର, ମାଇଁସା ଖାଲ, ବ୍ରବେଃସ୍ୱର୍, ପାଣ୍ଡବ ନଗର, ବଡଗଡ ବ୍ରିଟ, ବଡଗଡ ଗ୍ରାମ, ଚିନ୍ତାମଣିସର, କଳ୍ପନା, ଟଙ୍କପାଣି, ବିଜେପି ନଗର, ପ୍ରଭୁତି ଅଞ୍ଚଳର ବୁଲି ସାଧାରଣ ଲୋକଙ୍କ ସହ ସମ୍ପର୍କ ଦୃ଼ଢିଭୂତ କରିଛନ୍ତି।

ଶ୍ରୀମତୀ ଦାସଙ୍କୁ ପ୍ରବଳ ଜନସମର୍ଥନ ମିଳୁଥିବା ଦେଖାଯାଇଛି । ଶୋଭାଯାତ୍ରାରେ ସବୁ ବର୍ଗର ଲୋକେ ସାମିଲ ହୋଇଛନ୍ତି। ପ୍ରଚାର ବେଳେ ଯୁବକ, ମହିଳା ଓ ବୟସ୍କ ସମସ୍ତେ ସୁଲୋଚନା ଦାସଙ୍କୁ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ମେୟର ପ୍ରାର୍ଥୀ ଜିତିବା ପରେ ରାଜଧାନୀର ଡ୍ରେନ ଓ ସୋରେଜ କାମ ତ୍ବରାନ୍ବିତ ହେବ ଓ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କର ବିଶ୍ବାସ ଅଛି ଓ ପ୍ରବଳ ଭଲପାଇବା ରହିଛି। ତେଣୁ ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ସୁଲୋଚନା ଦାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe