ଗୃହ ପୃଥକବାସକୁ ପ୍ରୋତ୍ସାହିତ କର, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭିଡିଓ ସଚେତନତା ଜାରି

ଜିଲ୍ଲାପାଳ, ନଗର ନିଗମ ଓ ସିଡିଏମ୍‌ଓଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି

ରାଜଧାନୀରେ ଆକ୍ରାନ୍ତ କମୁଛନ୍ତି, ପଜିଟିଭ୍ ହାର ଖସୁନି

ThePrint

ଭୁବନେଶ୍ବର: କରୋନାରେ ସଂକ୍ରମିତ ସ୍ବଳ୍ପ କିମ୍ବା କମ୍ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଗୃହ ପୃଥକବାସରେ ରହିବା ଲାଗି ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭିଡିଓ ବାର୍ତା ଜାରି ହୋଇଛି। ଏଥିରେ ଗୃହ ପୃଥକବାସରେ ରହିବା ସମୟରେ ସଂକ୍ରମିତ ବ୍ୟକ୍ତି କ'ଣ କରିବେ ଓ ତାଙ୍କୁ ସହାୟତା କରୁଥିବା ବ୍ୟକ୍ତି କିଭଳି ସତର୍କତା ଅବଲମ୍ବନ କରିବେ ସେ ସଂପର୍କରେ ସୂଚନା ଦିଆଯାଇଛି। ଆଜି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସାଧାରଣ ଜନତା ଓ ଆଗଧାଡ଼ିର ଯୋଦ୍ଧାଙ୍କ ପାଇଁ ଏହି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାକୁ ସବୁ ଜିଲ୍ଲାପାଳ, ନଗର ନିଗମ ଓ ସିଡିଏମ୍‌ଓଙ୍କୁ ଚିଠି ଲେଖିଛନ୍ତି।

ଭିଡିଓ ବାର୍ତାରେ କୁହାଯାଇଛି, ସ୍ବଳ୍ପ କିମ୍ବା କମ୍ ଲକ୍ଷଣ ଥିବା ବ୍ୟକ୍ତି ଗୃହ ପୃଥକବାସରେ ରହିପାରିବେ। ଏଥିପାଇଁ ତାଙ୍କୁ ବାୟୁ ଚଳାଚଳ କରୁଥିବା ଅଲଗା କୋଠରୀ ଓ ପାଇଖାନା ରହିବା ଜରୁରୀ। ପରିବାରର ଜଣେ ସୁସ୍ଥ ବ୍ୟକ୍ତି ତାଙ୍କର ଦାୟିତ୍ବ ନେବେ। ସହାୟତା କରୁଥିବା ବ୍ୟକ୍ତି ତିନି ପରସ୍ତ ବା ସର୍ଜିକାଲ ମାସ୍କ ପିନ୍ଧିବେ। ରୋଗୀଙ୍କୁ ତାଙ୍କ କୋଠରୀରେ ଖାଇବାକୁ ଦିଆଯିବ। ରୋଗୀ ବ୍ୟବହାର କରୁଥିବା ଜିନିଷପତ୍ରକୁ ଅଧ ଘଣ୍ଟା ୧ ପ୍ରତିଶତ ବ୍ଲିଚିଂ ସମିଶ୍ରଣରେ ସଫା କରିବାକୁ ହେବ। ସଫା କରିବା ସମୟରେ ବ୍ୟକ୍ତି ଜଣକ ଗ୍ଲୋଭ୍‌ସ ଓ ମାସ୍କ ପିନ୍ଧିବେ। ଅତିକମ୍‌ରେ ଜଣେ ସଂକ୍ରମିତଙ୍କୁ ୧୪ଦିନ ସଙ୍ଗରୋଧରେ ରହିବାକୁ ହେବ। ସଙ୍ଗରୋଧରେ ରହିବା ସମୟରେ ଯଦି ଲଗାତାର ଭା‌େବ‌ ୧୦୨ଜ୍ବର ଲାଗି ରହେ, ଛାତିରେ ଯନ୍ତ୍ରଣା, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା, ପ୍ରତି ମିନିଟରେ ଶ୍ବାସକ୍ରିୟା ହାର ଲଗାତାର ୨୪ରୁ ଅଧିକ ରହିବ, ବିଶ୍ରାମ ନେବା ସମୟରେ ଅକ୍ସିଜେନ୍ ସାଚୁରେସନ୍ ହାର ୯୪ ପ୍ରତିଶତରୁ ଯଦି ତଳେ ରହେ ତାହେଲେ ୧୦୪ ନମ୍ବରକୁ ଯୋଗାଯୋଗ କରିବେ। ଭୁବନେଶ୍ବର ବାସିନ୍ଦା ୧୯୨୯ ନମ୍ବରକୁ ଯୋଗାଯୋଗ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe