ଭିଡିଓ କନଫରେନ୍ସିଂରେ ରାଜ୍ୟର ପ୍ରଥମ ଲୋକ ଅଦାଲତ, ୨୮ କୋଟି ୪୧ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ

Advertisment

ମାଇକ୍ରୋ ଲୋକ ଅଦାଲତରେ ସାରାରାଜ୍ୟରେ ୫୫୮ ମାମଲା ଫଇସଲା

ମାଇକ୍ରୋ ଲୋକ ଅଦାଲତରେ ସାରାରାଜ୍ୟରେ ୫୫୮ ମାମଲା ଫଇସଲା

ଭିଡିଓ କନଫରେନ୍ସିଂରେ ରାଜ୍ୟର ପ୍ରଥମ ଲୋକ ଅଦାଲତ, ୨୮ କୋଟି ୪୧ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ

କଟକ : ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ସାରାରାଜ୍ୟରେ ମାଇକ୍ରୋ ଲେଭଲ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା ଗୁଡିକର ଏହି ଲୋକ ଅଦାଲତରେ ଫଇସଲା କରାଯାଇଛି। କୋଭିଡ-୧୯କୁ ନେଇ ଦେଖା ଦେଇଥିବା ପରିସ୍ଥିତିରେ ସାମାଜିକ ଦୂରତ୍ବ ନିୟମ ପାଳନ କରି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଲୋକ ଅଦାଲତରେ ମାମଲା ଗୁଡିକର ଶୁଣାଣି କରାଯାଇ ଆପୋସ ସମାଧାନ କରାଯାଇଛି।

ଏହି ଲୋକ ଅଦାଲତରେ ୩ ହଜାର ୧୨୩ଟି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। ଏଥି ମଧ୍ୟରୁ ୫୫୮ଟି ମାମଲା ଫଇସଲା କରାଯାଇ ୨୮ କୋଟି ୪୧ ଲକ୍ଷ ୩୨ ହଜାର ୩୧୬ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ବିଭିନ୍ନ ବୀମା କମ୍ପାନି ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶରେ ସମସ୍ତ ଜିଲ୍ଲାରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏ ନେଇ ପଦକ୍ଷେପ ଗ୍ରହଣ କରାଯାଇ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଲୋକ ଅଦାଲତ ଆୟୋଜନ ନେଇ ବ୍ୟବସ୍ଥା କରାଯାଇଥିଲା। ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଲୋକ ଅଦାଲତ ଅନୁଷ୍ଠିତ ହେବା ଘଟଣା ରାଜ୍ୟରେ ପ୍ରଥମ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe