ଆଶ୍ରମ ଅନ୍ତେବାସୀଙ୍କ ଗାଧୋଇବା ଭିଡିଓ ଭାଇରାଲ

Advertisment
ଆଶ୍ରମ ଅନ୍ତେବାସୀଙ୍କ ଗାଧୋଇବା ଭିଡିଓ ଭାଇରାଲ

Brid.TV

ରାମଚନ୍ଦ୍ରପୁର : ଘସିପୁରା ବ୍ଲକ୍‌ ଗଡ଼ବାନ୍ଧଗୋଡା ପଞ୍ଚାୟତ ଦାନ୍ତିଆ ଆଶ୍ରମ ବିଦ୍ୟାଳୟର ଅନ୍ତେବାସୀଙ୍କ ଗାଧୋଇବା ବେଳର ଭିଡିଓ ଭାଇରାଲ ହୋଇଛି। ଦୁଇଦିନ ତଳେ ଛାତ୍ରଛାତ୍ରୀ ବିଦ୍ୟାଳୟରେ ବାସନ ମାଜିବା ଏବଂ ପରିବା କାଟୁଥିବା ବେଳର ଫଟୋ ଭାଇରାଲ ହେବା ପରେ ଘସିପୁରା ବିଡିଓ ଅସିତ କୁମାର ମହାନ୍ତି ବିଦ୍ୟାଳୟ ପରିଦର୍ଶନ କରି ତଦନ୍ତ କରିଥିଲେ।

ଏସବୁ ଫଟୋ ଗଣେଶ ପୂଜା ସମୟର ବୋଲି କହିଥିଲେ। ଏବେ ଅନ୍ତେବାସୀଙ୍କ ଗାଧୋଇବା ବେଳର ଭିଡିଓ ଭାଇରାଲ ହେବାକୁ ନେଇ ପୁଣି ବିବାଦ ମୁଣ୍ତ ଟେକିଛି। ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ୧୧୦ଜଣ ଛାତ୍ରୀ ହଷ୍ଟେଲରେ ରହୁଛନ୍ତି। ସେମାନଙ୍କ ଗାଧୋଇବା ବେଳର ଭିଡିଓ ଉତ୍ତୋଳନ କରି ତାକୁ କିଏ ଭାଇରାଲ କଲା ତାକୁ ନେଇ ପ୍ରଶ୍ନ ଉଠିଛି। ଏହାର ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବି‌ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe