କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ତତ୍ତ୍ବ ଭିଡିଓ ଭାଇରାଲ

Advertisment
‘୨୦୨୪ରେ ରାଜ୍ୟରେ ସରକାର ଗଠନ କରିବ ବିଜେପି’

କେନ୍ଦୁଝର : କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କେନ୍ଦୁଝର ଗସ୍ତରେ ଆସି ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ବୈଠକରେ ଜଣେ ଅଧିକାରୀଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ କହିବା ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଯାହା ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି କରିଛି।

ଘଟଣାଟି ଏମିତି, ‌ଗତକାଲି ଶ୍ରୀ ଟୁଡ଼ୁ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ର କାନପୁର ଜଳସେଚନ ପ୍ରକଳ୍ପ ଏବଂ କେନ୍ଦ୍ରୀୟ ହସ୍ପିଟାଲ ପରିଦର୍ଶନ କରିବା ପରେ ଚମ୍ପୁଆ ଯାଇଥିଲେ। ସେଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ସମୀକ୍ଷା ବୈଠକ କରିଥିଲେ। ଏଥିରେ ଉପଜିଲ୍ଲାପାଳଙ୍କ ସମେତ ଆଇଟିଡିଏର ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ ନୟାଗଡ଼ ବିଦ୍ୟାଳୟର ରୋଷେଇ ଘର ନିର୍ମାଣ ସମ୍ପର୍କିତ ଅଭିଯୋଗ ନେଇ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ପଚାରିଥିଲେ। କେନ୍ଦ୍ରମନ୍ତ୍ରୀ ପଚାରିବା ବେଳେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ହସିହସି ଅତ୍ୟନ୍ତ ହାଲ୍‌କା ଭାବେ ଉତ୍ତର ଦେଇଥିଲେ। ଯନ୍ତ୍ରୀଙ୍କ ଉତ୍ତର ଦେବା ଶୈଳୀ ମନ୍ତ୍ରୀଙ୍କୁ ଭଲ ଲାଗି ନଥିଲା। ଯେଉଁଥି ପାଇଁ ଶ୍ରୀ ଟୁଡୁ ରାଗି ଯାଇଥିଲେ। କହିଥିଲେ ‘ମୟୂରଭଞ୍ଜ ଗଲେ କିଭଳି ମାଡ଼ ପଡ଼ିବ ଦେଖିବ। ମନ୍ତ୍ରୀ ଶ୍ରୀ ଟୁଡୁଙ୍କ ଏହି ମାଡ଼ ତତ୍ତ୍ବ ଭିଡିଓ ଏବେ ସୋସଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏ ସଂପର୍କରେ ଶ୍ରୀ ଟୁଡୁଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe