ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗକୁ ନେଇ ଚର୍ଚ୍ଚା: ଆସୋସିଏଟ ପ୍ରଫେସରଙ୍କୁ ମହିଳାଙ୍କ ମାଡ଼ ଭିଡ଼ିଓ ଭାଇରଲ 

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ: ଛାତ୍ରୀ ଅସଦାଚରଣ ଘଟଣାରେ ପରୀକ୍ଷା କାର୍ଯ୍ୟରୁ ୨ ପ୍ରାଧ୍ୟାପକଙ୍କୁ  ଅବ୍ୟାହତି

Careers360

ଗୋପାଳପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ପୁଣି ଚର୍ଚ୍ଚାକୁ ଆସିଛି। ଇଂରାଜୀ ବିଭାଗର ଜଣେ ଆସୋସିଏଟ୍‌ ପ୍ରଫେସରଙ୍କୁ ଜଣେ ମହିଳା ମାଡ଼ ମାରୁଥିବାର ଭିଡ଼ିଓ ଭାଇରାଲ୍‌ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଶନିବାର ଦିନ ପ୍ରାୟ ୧୧ଟା ବେଳେ ଇଂରାଜୀ ବିଭାଗର ଆସୋସିଏଟ୍‌ ପ୍ରଫେସର ନିଜ ଚାମ୍ବରରେ ବସିଥିବା ବ‌େଳେ ଜଣେ ମହିଳା ଆସି ପାଟିତୁଣ୍ଡ କରିବା ସହ ଭିତର ପଟୁ କବାଟ ଦେଇ ମାଡ଼ ମାରିଥିଲେ। ଚାମ୍ବରରେ ପାଟିତୁଣ୍ଡ ଶୁଣି କିଛି ଅଧ୍ୟାପକ କବାଟ ଖୋଲିବାକୁ କହିଥିଲେ। କବାଟ ନଖୋଲିବାରୁ ନିରାପତ୍ତା ଅଧିକାରୀଙ୍କୁ ଜଣାଇଥିଲେ। କିଛି ସମୟ ପରେ କବାଟ ଖୋଲିଥିଲେ। ଉଭୟଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଆସୋସିଏଟ୍‌ ପ୍ରଫେସରଙ୍କୁ ମାଡ଼ ମାରିବାର ଭିଡ଼ିଓ ଭାଇରାଲ୍‌ ହେବା ପରେ ଏହାକୁ ନେଇ ବିଶ୍ବବିଦ୍ୟାଳୟରେ ଚର୍ଚ୍ଚା ଜୋର୍‌ ଧରିଛି।

ଏନେଇ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ ସହ ଯୋଗାଯୋଗ କରାଯିବାରେ ସେ ଭୁବନେଶ୍ବର ଥିବା କହିବା ସହ ଏଭଳି ଏକ ଅଭିଯୋଗ ଶୁଣିବାକୁ ମିଳିଛି ବୋଲି କହିଛନ୍ତି। ଭୁବନେଶ୍ବରରୁ ଫେରିବା ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି କହିଛନ୍ତି। ତେବେ ଜଣେ ଆସୋସିଏଟ୍‌ ପ୍ରଫେସରଙ୍କ ଚାମ୍ବର ଭିତରେ ପଶି ମାଡ଼ ମାରିବା ଘଟଣା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରଥମ ଘଟଣା ବୋଲି ଆଲୋଚନା ହେଉଛି। ମାଡ଼ ମାରୁଥିବା ମହିଳା ଜଣକ କିଏ ତାହା ସ୍ପଷ୍ଟ ହୋଇନଥିବା ବେଳେ ପାରିବାରିକ ବିବାଦକୁ ନେଇ ଏଭଳି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe