ଯୁବକଙ୍କ ଆତ୍ମହତ୍ୟା ପୂର୍ବର ଭିଡିଓ ଭାଇରାଲ : ୩ଜଣଙ୍କୁ ଦାୟୀ କଲେ ମୃତ ଯୁବକ

Advertisment
ଯୁବକଙ୍କ ଆତ୍ମହତ୍ୟା ପୂର୍ବର ଭିଡିଓ ଭାଇରାଲ : ୩ଜଣଙ୍କୁ ଦାୟୀ କଲେ ମୃତ ଯୁବକ

Photo by : dawnnews.tv

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମପିଭି-୨୦ ଗ୍ରାମର ପ୍ରେମୀ ଯୁଗଳଙ୍କ ପାଇଁ ଖାପ୍‌ ପଞ୍ଚାୟତରେ ଅପମାନିତ ହୋଇ ଯୁବକଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆତ୍ମହତ୍ୟା ପୂର୍ବରୁ ସଂପୃକ୍ତ ଯୁବକ କରିଥିବା ଭିଡିଓ ସ୍ଥାନୀୟ ଅଞ୍ଚଳରେ ଭାଇରାଲ ହୋଇଛି। ଏଥିରେ ସେ ଗାଁର ୩ ଜଣଙ୍କ ବିରୋଧରେ ସିଧାସଳଖ ଅଭିଯୋଗ କରି ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ ପୁଲିସ ତଦନ୍ତରୁ ୩ଜଣଙ୍କ ସଂପୃକ୍ତି ନେଇ ପ୍ରମାଣ ପାଇବାରୁ ଆଜି ୩ ଜଣଙ୍କୁ ଗିରଫ କରିଛି।

ଭାଇରାଲ ହୋଇଥିବା ଭିଡିଓରେ ଦିବାକର ଗାଁର ୩ଜଣଙ୍କୁ କାଠଗଡାକୁ ଟାଣିଛନ୍ତି। ନିଜ ଆତ୍ମହତ୍ୟା ସଂପର୍କରେ ସୂଚନା ଦେଇ ଅମ୍ରିତ ରାୟ ଓରଫ ବଡ଼କାଳୁ, ସଂଜୟ ମିସ୍ତ୍ରୀ ଓ ନୃପତି ଦାସ ଓରଫ କାଳିଦାସଙ୍କୁ ଏଥିପାଇଁ ସଂପୂର୍ଣ୍ଣ ଦାୟୀ କରିଛନ୍ତି। ତାଙ୍କୁ ଜାଣିଶୁଣି ଉପରୋକ୍ତ ୩ଜଣ ଫସାଇ ଦେଇଛନ୍ତି। ଯାହାଫଳରେ ଗାଁ ପଞ୍ଚାୟତରେ ବିନା ଦୋଷରେ ତାଙ୍କୁ ଦଣ୍ଡ ଭୋଗିବାକୁ ପଡିଲା। ଲୋକଲଜ୍ଜା ଯୋଗୁଁ ସେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି। ଏଥିପାଇଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ପ୍ରକାଶ କରିଛନ୍ତି। ଆତ୍ମହତ୍ୟାର କିଛି ଘଣ୍ଟା ପୂର୍ବରୁ ହିଁ ଦିବାକର ଏହି ଭିଡିଓ ପ୍ରସ୍ତୁତ କରିଥିବା ଜଣାପଡିଛି। ପୂର୍ବରୁ ଦିବାକରଙ୍କ ଭାଇ କାଲିମେଳା ଥାନାରେ ଦେଇଥିବା ଏତଲାକୁ ଭିତ୍ତି କରି ପୁଲିସ ଗ୍ରାମ କମିଟି ସଭାପତି ଅଜିତ ମଣ୍ଡଳ ଓ ଜୀବନ ଚୌଧୁରୀଙ୍କ ନାମରେ ମାମଲା ରୁଜୁ କରିଥିଲା। କିନ୍ତୁ ଶେଷ ଖବର ସୁଦ୍ଧା ଏମାନଙ୍କୁ ଗିରଫ କରାଯାଇ ନାହିଁ। ତେବେ ଘଟଣାର ତଦନ୍ତରୁ କାଳୀଦାସ, ସଂଜୟ ଓ ବଡ଼କାଳୁଙ୍କ ସଂପୃକ୍ତି ଜଣାପଡିବାରୁ ସେମାନଙ୍କୁ ଗିରଫ କରିଛି। ଘଟଣାରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଜଡିତ ଅନ୍ୟମାନଙ୍କ ଖୋଜା ଚାଲିଥିବା ପୁଲିସ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe