ଭାଇରାଲ ହେଲା ଯୌନ ନିର୍ଯାତନାର ଭିଡିଓ

Advertisment

ସମ୍ବଲପୁର ଥାନାରେ ମାମଲା ରୁଜୁ

ସମ୍ବଲପୁର ଥାନାରେ ମାମଲା ରୁଜୁ

ଭାଇରାଲ ହେଲା ଯୌନ ନିର୍ଯାତନାର ଭିଡିଓ

ସମ୍ବଲପୁର : ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯୌନ ନିର୍ଯାତନାର ଭିଡିଓ। ଦୁଇ ଜଣ ଯୁବତୀଙ୍କୁ ସେମାନଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ ଉଲଗ୍ନ କରି ନିର୍ଯାତନା ଦିଆଯାଇଛି। ସବୁ ସୀମା ସରହଦ ଡେଇଁ ଯାଇଛି ବର୍ବରୋଚିତ ବ୍ୟବହାର।

ସୋସିଆଲ ମିିଡିଆରେ ଘୂରି ବୁଲୁଥିବା ୨ ମିନିଟ୍‌ ୧୪ ସେକେଣ୍ଡର ଭିଡିଓ ପଶ୍ଚିମ ଓଡ଼ିଶାର କୌଣସି ଏକ ଜଂଗଲରେ ଘଟିଛି। ସମ୍ଭବତଃ ଜଂଗଲ ରାସ୍ତା ଦେଇ ଦୁଇ ଜଣ ଅଳ୍ପବୟସ୍କା ଯୁବତୀ ସେମାନଙ୍କ ପୁରୁଷ ବନ୍ଧୁଙ୍କ ସହ ଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ଯୁବତୀ ଦ୍ୱୟଙ୍କୁ ସଂପୂର୍ଣ୍ଣ ଉଲଗ୍ନ କରିଦିଆଯାଇଛି। ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରାଯାଇଛି। ଦୁଇ ଅତ୍ୟାଚାରୀ ଯୁବକ ପୀଡ଼ିତାଦ୍ୱୟ ଓ ସେମାନଙ୍କ ପୁରୁଷ ବନ୍ଧୁ ଗାଳିଗୁଲଜ କରି ମାଡ଼ପିଟ କରୁଥିବା ବେଳେ ଅନ୍ୟ ଜଣେ ଯୁବକ ମୋବାଇଲ ଫୋନ୍‌ରେ ଏହାର ଭିଡିଓ ରେକର୍ଡିଂ କରୁଥିବା ଜଣାପଡ଼ିଛି। ଏହି ଘଟଣାଟି କେବେ ଓ କେଉଁଠାରେ ଘଟିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।

ତେବେ ଅତ୍ୟଚାରୀମାନଙ୍କ କଥାବାର୍ତ୍ତାରୁ ଘଟଣାଟି ସମ୍ବଲପୁର ଜିଲ୍ଲା କିମ୍ବା ପଶ୍ଚିମ ଓଡ଼ିଶାର ଅନ୍ୟ କୌଣସି ଅଂଚଳର ହୋଇଥିବା ନିଶ୍ଚିତ ହୋଇଛି। ଘଟଣା ସଂକ୍ରାନ୍ତରେ ଟାଉନ ଥାନାରେ ମାମଲା ରୁୁଜୁ କରାଯାଇଛି। ମାମଲାର ଗୁରୁତ୍ୱ ଦେଖି ଏହାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି ବୋଲି ଏସ୍‌ପି ସଂଜୀବ ଅରୋରା କହିଛନ୍ତି। ପୀଡ଼ିତାଙ୍କ ପକ୍ଷରୁ ଅଭିଯୋଗ ହୋଇନଥିବାରୁ ପ୍ରଥମ ପର୍ଯ୍ୟାୟରେ ଘଟଣା କେଉଁ ଅଂଚଳରେ ଘଟିଛି, ତାହା ଚିହ୍ନଟ କରାଯିବ। ଆଉ ତାହା ଜଣାପଡ଼ିଲେ ଅଭିଯୁକ୍ତମାନଙ୍କୁ ଧରିବା ସହଜ ହେବ ବୋଲି କୁହାଯାଇଛି। ସେହିପରି ଭିଡିଓକୁ ଭାଇରାଲ କରିଛି, ତାହା ଜଣିିବା ପାଇଁ ପୁଲିସ୍‌ ସାଇବର ଶାଖାର ସହାୟତା ନେବ ବୋଲି କୁହାଯାଇଛି। ଭିଡିଓ ଭାରଇଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ ଚିନ୍ତା କରୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ସାଇବର ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ ପୁଲିସ୍‌ ମହାନିର୍ଦେଶକଙ୍କ ପକ୍ଷରୁ ଏକ ଆଡ୍‌ଭାରଜରି ଜାରି କରାଯାଇଥିଲା। ଯୌନ ନିର୍ଯାତନା ସଂକ୍ରାନ୍ତୀୟ ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଛିି। ଏହି ମାମଲାରେ ଗିରଫ ହୋଇ ଦୋଷୀ ସାବ୍ୟସ୍ତ ହେଲେ ଜେଲଦଣ୍ଡ ବି ମିଳିବ ବୋଲି ସ୍ପଷ୍ଟ ଉଲ୍ଳେଖ ରହିଛି। ପୁଲିସ ମହାନିର୍ଦେଶକଙ୍କ ପକ୍ଷରୁ ଏହି ଆଡ୍‌ଭାରଇଜରି ଜାରି କରାଯିବାର ମାତ୍ର କିଛି ଦିନ ପରେ ଉପରୋକ୍ତ ଭିଡିଓ ଭାଇରାଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe