ଯୁବକକୁ ପିଟିପିଟି ହତ୍ୟା ଘଟଣା: ମୃତ୍ୟୁ ପୂର୍ବରୁ ଯୁବକଙ୍କ ଭିଡିଓ ଭାଇରାଲ

Advertisment
ଯୁବକକୁ ପିଟିପିଟି ହତ୍ୟା ଘଟଣା: ମୃତ୍ୟୁ ପୂର୍ବରୁ ଯୁବକଙ୍କ ଭିଡିଓ ଭାଇରାଲ

ବନ୍ତଳା: ଅନୁଗୁଳ ବ୍ଲକ ପୁରୁଣାକୋଟ ଥାନା ଅଞ୍ଚଳରେ ଜଣେ ଯୁବକକୁ ଗତ ୨ତାରିଖ ରାତିରେ ପିଟିପିଟି ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣା ସାରା ଅଞ୍ଚଳରେ ଚାଂଚଲ୍ୟ ସୃଷ୍ଟି କରିଥିଲା। ତେବେ ଏହି ଘଟଣାରେ ଆଜି ମୃତ୍ୟୁ ଯୁବକ ଙ୍କ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଛି।ଯେଉଁ ଭିଡିଓ ରେ ସେ ବନ ବିଭାଗର ୱାଚର ତାଙ୍କୁ ମାଡ଼ ମାରିଥିବା ସ୍ପଷ୍ଟ ଭାବେ ପ୍ରକାଶ କରିଛନ୍ତି। ଫଳରେ ଏହି ହତ୍ୟା ଘଟଣା ଏବେ ଭିନ୍ନମୋଡ଼ ନେଇଛି।

ସୂଚନାଯୋଗ୍ୟ ଯେ ପୁରୁଣାକୋଟ ଥାନା ଟାକରସିଙ୍ଗା ଗ୍ରାମରେ କିଛି ଦିନ ପୂର୍ବରୁ  କିଛି ବ୍ୟକ୍ତି ଏକ ବାର୍ହାଛୁଆ ଆଣି ଘରେ ରଖିଥିଲେ। ଏହାକୁ ନେଇ ଗ୍ରାମର ୫ଜଣ ବ୍ୟକ୍ତି ବାର୍ହାଛୁଆ ରଖିଥିବା ବ୍ୟକ୍ତିକୁ ମାରଧର କରିଥିଲେ। ଏତିକି ବେଳେ ଗ୍ରାମର ଯୁବକ ଶ୍ରୀଧର ଦେହୁରୀ(୩୬) ସେମାନଙ୍କୁ ମାରଧର ନକରିବାକୁ ବାରଣ କରିଥିଲେ। ଫଳରେ ଗ୍ରାମର ସେହି ୫ଜଣ ବ୍ୟକ୍ତି ଶ୍ରୀଧରକୁ ରାଗ ରଖି ନିର୍ଘାତ ମାଡ଼ ମାରିଥିଲେ।ଏଥିରେ ଶ୍ରୀଧର ଗୁରୁତର ଭାବେ ଆହତ ମଧ୍ୟ ହୋଇଥିଲେ।

ତେବେ ଗତ ୨ତାରିଖ ରାତିରେ ଗ୍ରାମର ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିମାନେ ପୁଣି ଶ୍ରୀଧର କୁ ଘରୁ ଡାକିଆଣି ମାଡ଼ ମାରି ବିଳମ୍ବିତ ରାତିରେ ତାଙ୍କ ଘର ସାମ୍ନାରେ ପକାଇ ଦେଇ ଚାଲି ଯାଇଥିଲେ। ଫଳରେ ସକାଳୁ ପରିବାର ଲୋକେ ସେଠାରେ ଶ୍ରୀଧରଙ୍କୁ ମୃତ୍ୟୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ମୃତ୍ୟୁ ଶ୍ରୀଧର ଙ୍କ ଭାଇ ମୁଳିଆ ଦେହୁରୀ ଆଜି ଉକ୍ତ ୫ଜଣ ବ୍ୟକ୍ତି ଙ୍କ ନାମରେ ପୁରୁଣାକୋଟ ଥାନାରେ ହତ୍ୟା ଅଭିଯୋଗ ଆଣିଥିଲେ। ଅଭିଯୋଗ ପରେ ପୁରୁଣାକୋଟ ପୁଲିସ ଟାକରସିଙ୍ଗା ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ହତ୍ୟା ଘଟଣାର ପର୍ଦାଫାଶ କରିପାରିନାହିଁ। ତେବେ ଆଜି ମୃତ୍ୟୁ ଶ୍ରୀଧରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁ ଭିଡିଓରେ କି ତାଙ୍କୁ ୱାଚର ମାନେ ମାଡ଼ ମାରିଥିବା ସେ କହୁଛନ୍ତି ଓ ସେଠାରେ ସମ୍ପୃକ୍ତ ଜଣେ ବନ ବିଭାଗର ୱାଚର ରହିଛନ୍ତି। ତେବେ ଏହି ଯୁବକଙ୍କୁ ପିଟିପିଟି ମାରିଦେବା ଘଟଣାରେ କେତେକ ୱାଚର ଥିବା ସନ୍ଦେହ ସୃଷ୍ଟି ହୋଇଛି। ସେପଟେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନଥିବା ପୁରୁଣାକୋଟ ଥାନା ଅଧିକାରୀ ବିକ୍ରମ ଜୟପୁରିଆ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe