ବିଚ୍ ରାସ୍ତାରେ ଯୁବକଙ୍କୁ ସଂଘବଦ୍ଧଭାବେ ନିସ୍ତୁକ ମାଡ଼, ଭିଡିଓ ଭାଇରାଲ୍

ବିଚ୍ ରାସ୍ତାରେ ଯୁବକଙ୍କୁ ସଂଘବଦ୍ଧଭାବେ ନିସ୍ତୁକ ମାଡ଼, ଭିଡିଓ ଭାଇରାଲ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲିକୋଟ ଥାନା ନିକଟସ୍ଥ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ସଂଘବଦ୍ଧଭାବେ ନିସ୍ତୁକ ମାଡ଼ କରାଯାଉଥିବା ଭିଡିଓ ଭାଇରାଲ ହୋଇଛି। ଗତକାଲି ବିଚ୍ ରାସ୍ତାରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା, କିନ୍ତୁ ଖଲିକୋଟ ଥାନା ପୁଲିସ ନିକଟରେ କୌଣସି  ସୂଚନା ନଥିଲା। କିନ୍ତୁ ଏହି ଭିଡିଓ ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଯୁବକ ଜଣକ ଅଶ୍ଲୀଳ କମେଣ୍ଟ ମାରିଥିବା ହେତୁ ତାଙ୍କୁ ଏପରି ଭାବେ ଦଣ୍ଡିତ କରାଯାଇଥିବା ଜାଣିବାକୁ ମିଳିଛି। ତେବେ ଏ ନେଇ ପୁଲିସ ପକ୍ଷରୁ କି କାର୍ଯ୍ୟ‌ାନୁଷ୍ଠାନ ନିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ।


ଭିଡିଓ ଭାଇରାଲ ହେବା ପରେ ଥାନା ଅଧିକାରୀ ଅବଗତ ହୋଇଥିବା ବେଳେ ଘଟଣାକୁ ହାଲକା ଭାବରେ ନେଉଥିବା ଜଣାପଡିଛି । ଏଭଳି ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe