ଦୁଷ୍କର୍ମ ପରେ ଭିଡିଓ ଭାଇରାଲ୍, ଅଭିଯୁକ୍ତ ଗିରଫ

Advertisment
ସେୟାରିଂ ନାଁରେ ଚୂନ, ବନ୍ଧାହେଲେ ବିଲ୍‌ଡର

The Guardian Nigeria

ବାମରା: ବାମରା ବ୍ଲକ ମହୁଲପାଲି ଥାନା ଅଞ୍ଚଳର ଜଣେ ୨୨ ବର୍ଷିୟା ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କ ଆପତ୍ତି ଜନକ ଭିଡିଓ ଭାଇରାଲ କରିବା ଆଭିଯୋଗରେ ଗୁରୁବାର ମହୁଲପାଲି ପୁଲିସ ଦେବଗଡ଼ ଥାନା ତିଲେଇବଣି ବ୍ଲକ ପାଲେନପଡା ଗ୍ରାମର କ୍ଷୀରୋଦ ଲୁକାଙ୍କୁ ଗିରଫ କରିଛି। କୁଚିଣ୍ଡା ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରିଛି। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ମହୁଲପାଲି ଥାନା କେସ୍‌ ନଂ୧୦୯/୨୨ରେ ଅନୁଯାୟୀ ବଳାତ୍କାର ଓ ଆଇଟି ଆକ୍ଟ ର ବିଭିନ୍ନ ଧାରାରେ ମାମଲା ରୁଜୁ କରି  ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, ଗତ ୧୨ ତାରିଖରେ ମହୁଲପାଲି ଥାନାରେ ପୀଡ଼ିତାଙ୍କ ମା’ ଅଭିଯୋଗ କରିଥିଲେ ଯେ, ତାଙ୍କ ଝିଅ ଗତ ୫ ତାରିଖରୁ ନିଖୋଜ ଅଛି। ୮ ତାରିଖରେ ଝିଅର ଆପତ୍ତି ଜନକ ଭିଡିଓ ଭାଇରାଲ ସମ୍ପର୍କରେ ଖବର ପାଇଥିବା ରିପୋର୍ଟରେ ଉଲ୍ଲେଖ କରିଥିବାରୁ ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧରଙ୍କ ନିର୍ଦ୍ଦେଶ କ୍ରମେ ମହୁଲପାଲି ପୁଲିସ ଏହାକୁ ଗୁରୁତର ଭାବେ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲେ। ଯୁବତୀଙ୍କୁ ଗୁରୁବାର ମହୁଲପାଲି ପୁଲିସ ଉଦ୍ଧାର କରିଥିବା ବେଳେ ଘଟଣାର ଅଭିଯୁକ୍ତ କ୍ଷୀରୋଦ ଲୁକା(୨୭)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ ଦାସ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe