Advertisment

ସମ୍ବଲପୁରୀ ଶାଢ଼ିରେ ଝଲସିଲେ ବିଦ୍ୟା ବାଲନ, ବୁଣା ହେବାକୁ ଲାଗିଛି ପୂରା ୧ ମାସ

Advertisment
ସମ୍ବଲପୁରୀ ଶାଢ଼ିରେ ଝଲସିଲେ ବିଦ୍ୟା ବାଲନ, ବୁଣା ହେବାକୁ ଲାଗିଛି ପୂରା ୧ ମାସ

uitvconnect.com

ସମ୍ବଲପୁର : ସମ୍ବଲପୁରୀ ଶାଢ଼ିର ବୁଣାକାରମାନଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି ପ୍ରସିଦ୍ଧ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନ୍। କାଲି ମୁକ୍ତିଲାଭ କରୁଥିବା ତାଙ୍କ ‘ଶକୁନ୍ତଳା ଦେବୀ ସିନେମାର ପ୍ରମୋସନ୍‌ ଅବସରରେ ଏକ ସ୍ବତନ୍ତ୍ର ସମ୍ବଲପୁରୀ ଶାଢ଼ି ପିନ୍ଧି ଝଟକିଛନ୍ତି ବିଦ୍ୟା। ଏହି ଶାଢ଼ି ତାଙ୍କୁ ବହୁତ ଭଲ ଲାଗିଥିବା ଓ ଏହାକୁ ପିନ୍ଧିଥିବାରୁ ସେ ଖୁବ ଆନନ୍ଦିତ ବୋଲି କହିଛନ୍ତି। ଶକୁନ୍ତଳା ଦେବୀ ସିନେମା ପାଇଁ ଏହି ସମ୍ବଲପୁରୀ ଶାଢ଼ିଟି ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଏହି ଶାଢ଼ି ସାରା ବିଭିନ୍ନ ଗାଣିତିକ ସମୀକରଣର ଚିତ୍ର ରହିଛି। ଶାଢ଼ିଟିକୁ ସୋନପୁର କେନ୍ଦୁପାଲିର ରମାକାନ୍ତ ‌ମେହେର ବୁଣିଥିବା ଓ ଭୁବନେଶ୍ବରଭିତ୍ତିକ ଉତ୍କଳ ମିତ୍ର ସଂସ୍ଥା ଏହାର ବ୍ରାଣ୍ଡିଂ କରିଥିବା ବିଦ୍ୟା ସୂଚନା ଦେଇଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌, ଟ୍ବିଟରରେ ଫଟୋ ଛାଡ଼ିଲେ
‘ଶକୁନ୍ତଳା ଦେବୀ ଫିଲ୍ମ ପାଇଁ ପ୍ରସ୍ତୁତ
ସୋନପୁର କେନ୍ଦୁପାଲିରେ ବୁଣା ହୋଇଛି


ମଲବେରି ସିଲ୍‌କ ସୂତାରେ ଏହି ବାନ୍ଧ ଶାଢ଼ିଟି ବୁଣିବା ପାଇଁ ଶ୍ରୀ ମେହେରଙ୍କୁ ୧ ମାସ ସମୟ ଲାଗିଥିଲା। ଏହି ସିନେମା ଜରିଆରେ ସାରା ଦୁନିଆରେ ସମ୍ବଲପୁରୀ ଶାଢ଼ିର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଶକୁନ୍ତଳା ଦେବୀ ସିନେମା ଶୁକ୍ରବାର ରିଲିଜ୍ ହେବାକୁ ଯାଉଥିବାବେଳେ ଶନିବାର ବିଶ୍ବବ୍ୟାପୀ ‘ସମ୍ବଲପୁରୀ ଦିନ୍ ପାଳିତ ହେବ। ବିଦ୍ୟା ବାଲନ୍‌ ଟ୍ବିଟରରେ ମଧ୍ୟ ଶାଢ଼ି ସହ ଫଟୋ ପୋଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe