ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସରିଲା ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସରିଲା ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି। ଭୁବନେଶ୍ୱର ଏସଏଫଏସଏଲରେ ଚାଲିଥିଲା ଏହି ମିଛଧରା ପରୀକ୍ଷା। ବିଶେଷ କରି ଘଟଣା ଦିନ କଣ ଘଟିଥିଲା ସେ ନେଇ ୧୬୧ରେ ରେକର୍ଡ ହୋଇଥିବା ତାଙ୍କ ବୟାନ ସତ ନା ମିଛ ଜାଣିବାକୁ ପ୍ରୟାସ କରିଛି କ୍ରାଇମବ୍ରାଞ୍ଚ।

publive-image
ମିଳିଥିବା ସୂଚନା ଅନୁସାରେ ସ୍ୱାମୀ ସୌମ୍ୟରଞ୍ଜନଙ୍କ ବାବଦରେ ପଚାରିବାରୁ ବିଦ୍ୟାଭାରତୀ ଭାବବିହ୍ୱଳ ହୋଇପଡ଼ିଥିଲେ। ଘଟଣା ଦିନ କଣ ହୋଇଥିଲା କହିବା ବେଳେ କାନ୍ଦି ପକାଇଥିଲେ ସେ। ପ୍ରାୟ ୪ ଘଣ୍ଟା ଧରି ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା। ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁ ମାମଲାରେ ପୂର୍ବରୁ ଡିଏଫଓ ଓ ରୋଷେୟାଙ୍କ ଲାଇ ଡିଟେକସନ ଟେଷ୍ଟ ହୋଇଥିଲା। ମୃତ ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପତ୍ନୀ ବିଦ୍ୟାଭରତୀଙ୍କ ସହ ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ତଦନ୍ତ ପରିସରଭୁକ୍ତ କରିଛି କ୍ରାଇମବ୍ରାଞ୍ଚ। ୩ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ତଥ୍ୟ ଆଧାରରେ ତଦନ୍ତକାରୀ ସଂସ୍ଥା ଏଦିଗରେ ତଦନ୍ତକୁ ଆଗକୁ ବଢାଇବ। ତେବେ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ୨ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏଯାଏଁ ତଦନ୍ତକାରୀ ସଂସ୍ଥା ସଫଳତା ପାଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe