ଆୟଠାରୁ ୨୬୮% ଅଧିକ ସଂପତ୍ତି ଠାବ: ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ ଗିରଫ

ଆୟଠାରୁ ୨୬୮% ଅଧିକ ସଂପତ୍ତି ଠାବ: ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ ଗିରଫ

ଭୁବନେଶ୍ୱର: ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ତାଙ୍କର ଆୟଠାରୁ ୨୬୮% ଅଧିକ ସଂପତ୍ତି ଠାବ କରିବା ପରେ ଭିଜିଲାନ୍ସ ଏହି ପଦକ୍ଷେପ ନେଇଛି।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍‌ସ ଟିମ୍‌ ବ୍ରଜେନ୍ଦ୍ର ନାୟକଙ୍କ ୫ଟି ସ୍ଥାନରେ ଚଢଉ କରିଥିଲେ। ଭୁବନେଶ୍ୱର ଏବଂ ପୁରୀ ଜିଲ୍ଲାରେ ଏହି ଚଢଉ ଚାଲିଥିଲା। ଭୁବନେଶ୍ୱରର ଭୀମଟାଙ୍ଗୀ, ହାଉସିଂ ବୋର୍ଡ କଲୋନିରେ ଥିବା ଘର, ରାଜାରାଣୀ କଲୋନିରେ ଥିବା ପ୍ଲଟ ନଂ ୩୮୪ ଓ ୩୮୫, ପୁରୀ ଜିଲ୍ଲା ନିମାପଡ଼ାର ସୁନୁଗରଡ଼ି ଗାଁରେ ଥିବା ପୈତୃକ ଘର ଓ ଫାର୍ମହାଉସରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଥିଲା। ଏହି ଚଢଉ ବେଳେ ବ୍ରଜେନ୍ଦ୍ର ନାୟକଙ୍କର ଭୁବନେଶ୍ୱରରେ ୫ଟି ବଡ଼ କୋଠା, ନିମାପଡ଼ାରେ ଫାର୍ମ ହାଉସ, ନିମାପଡ଼ାରେ ୧୦ଟି ଦୋକାନ ଘର ଥିବା ମାର୍କେଟ କଂପ୍ଲେକ୍ସ, ୭ଟି ପ୍ଲଟ, ଦେଢ଼ କୋଟି ଟଙ୍କାର ଜମା ଓ ଦାମୀ କାର୍ ଠାବ ହୋଇଥିଲା।
ଓଡ଼ିଶା ଭିଜିଲାନ୍ସର ୨ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଚଢଉ କରାଯାଇଥିଲା। ଭୁବନେଶ୍ୱର ସ୍ୱତନ୍ତ୍ର ଜଜ୍, ଭିଜିଲାନ୍ସଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟର କ୍ଷମତା ବଳରେ ଚଢଉ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe