ମାମଲା ରୁଜୁ ଓ ପର୍ଦ୍ଦାଫାସରେ ଓଡ଼ିଶା ଭିଜିଲାନ୍ସ ଦେଶରେ ପ୍ରଥମ: ମୁଖ୍ୟମନ୍ତ୍ରୀ

Advertisment

ଭିଜିଲାନ୍ସର ସଚେତନତା ସପ୍ତାହ ଆରମ୍ଭ

ଭିଜିଲାନ୍ସର ସଚେତନତା ସପ୍ତାହ ଆରମ୍ଭ

ମାମଲା ରୁଜୁ ଓ ପର୍ଦ୍ଦାଫାସରେ ଓଡ଼ିଶା ଭିଜିଲାନ୍ସ ଦେଶରେ ପ୍ରଥମ: ମୁଖ୍ୟମନ୍ତ୍ରୀ

ଭୁବନେଶଶ୍ବର : ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ଦୁର୍ନୀତିଗସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜ୍ଜୁ ଓ ଦୁର୍ନୀତିର ପର୍ଦ୍ଦାଫାସ କରିବାର ଓଡ଼ିଶା ଦେଶରେ ପ୍ରଥମ। ବିଗତ ୧୨ ମାସ ମଧ୍ୟରେ ରାଜ୍ୟ ଭିଜିଲାନ୍ସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସର୍ବାଧିକ ଟଙ୍କା ଓ ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିବାରେ ରେକର୍ଡ ମଧ୍ୟ ସୃଷ୍ଟି କରିଛି। ସୋମବାର ଦିନ ମୁଖ୍ୟମନ୍ତ୍ରୀ ସଚିବାଳୟ କନଭେନସନ୍ ସେଣ୍ଟରଠାରେ ଆୟୋଜିତ ଭିଜିଲାନ୍ସର ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ଭର୍ଚୁଆଲ ମୋଡରେ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଭିଜିଲାନ୍ସ ବିଭାଗକୁ ଆହୁରି ଆଗକୁ ନେବାକୁ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗ ସଜାଗ ହେବା ଆବଶ୍ୟକ। ୨୦୨୧ ମସିହାର ଏନସିଆରବିର ଯାହା ତଥ୍ୟ କହୁଛି, ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରିବାଠାରୁ ଆରମ୍ଭ କରି ସେମାନଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଇବାରେ ଦେଶରେ ପ୍ରଥମ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରିଛନ୍ତି। ବିନା ଲାଞ୍ଚରେ ରାଜ୍ୟର ଗିରବ ଓ ପଛୁଆ ବର୍ଗର ଲୋକମାନେ ଯେପରି ରାଜ୍ୟ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟର ଫାଇଦା ଉଠାଇ ପାରିବେ ସେ ଦିଗରେ ରାଜ୍ୟ ସରକାର ଯତ୍ନବାନ। ତେଣୁ ଏ ସବୁରେ ଯେମିତି ଦୁର୍ନୀତି ନ ହୁଏ ସେଥିପାଇଁ ସମସ୍ତେ ସଜାଗ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ସ୍ବତନ୍ତ୍ର ଭାବେ ଫାଇଭ-ଟି କାର୍ଯ୍ୟ କରୁଛି। ରାଜ୍ୟ ସରକାର ରାଜ୍ୟର ଉନ୍ନତିମୂଳକ କାର୍ଯ୍ୟପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଭିଜିଲାନ୍ସ ବିଭାଗ ପାଇଁ ମଧ୍ୟ ରାଜ୍ୟ ସରକାର ଯୋଜନା କରିଛନ୍ତି। ଯାହା ଫଳରେ ଭିଜିଲାନ୍ସର ଅଧିକାରୀମାନେ ଅଧିକ ପେଶାଦାର ହୋଇ କାମ କରି ପାରିବେ। ଦୁନୀର୍ତି ବିରୋଧରେ ଭିଜିଲାନ୍ସ ବିଭାଗର କାର୍ଯ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅଭିନନ୍ଦନ ଜଣାଇଥିଲେ। ସେଭଳି ପ୍ରତ୍ୟେକ ସରକାରୀ କର୍ମଚାରୀ କାର୍ଯ୍ୟ କ୍ଷେତ୍ରରେ କିଭଳି ଭାବେ ସ୍ବଚ୍ଛତାର ସହିତ କାମ କରିବ ସେ ଦିଗରେ ମୁଖ୍ୟମନ୍ତ୍ରୀ ସତର୍କ କରାଇଥିଲେ।

ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କହିଲେ, ମୋ ସରକାର ଓ ଫାଇଭ-ଟିଙ୍କ ପରାମର୍ଶ କ୍ରମେ ବର୍ତମାନ ରାଜ୍ୟ ସରକାରଙ୍କ ଅଧିକାଂଶ କାର୍ଯ୍ୟ ଅନଲାଇନରେ କରାଯାଉଛି। ସାଧାରଣ ଲୋକଙ୍କୁ ଆଉ ସିଧା ସଳଖ ସରକାରୀ ଅଫିସରମାନଙ୍କ ପାଖକୁ ବାରମ୍ବାର ଆସିବାକୁ ପଡ଼ୁ ନାହିଁ। ଏହି ପଦକ୍ଷେପ ସ୍ବଚ୍ଛତାରେ ଅନେକ ଉନ୍ନତି ଆଣି ପାରିଛି। ରାଜ୍ୟ ଭିଜିଲାନ୍ସ ଏକାଡେମି ଦେଶର ଅନ୍ୟତମ ପ୍ରମୁଖ ଓ ଉତ୍ତମ ଏକାଡେମି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଉନ୍ନୟନ କମିସନର ପିକେ ଜେନା, ଡିଜିପି ଏସକେ ବନସଲ, ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଥାଉକି, ରାଜ୍ୟର ଉତ୍ତମ ଭିଜିଲାନ୍ସ ପିପି ଭାବେ ଭିଭି ରାମଦାସ, ଉତ୍ତମ ତଦନ୍ତକାରୀ ଅଫିସର ଭାବେ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ତୁଷାରକାନ୍ତ ମହାପାତ୍ର, ଉତ୍ତମ ତଦନ୍ତକାରୀ ମହିଳା ଅଫିସର ଭାବେ ଇନ୍ସପେକ୍ଟର ହେମାମାଳିନୀ ନାୟକ, ଉତ୍ତମ ଭିଜିଲାନ୍ସ ଡିଭିଜନ ଭାବେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍, ଉତ୍ତମ ଭିଜିଲାନ୍ସ ୟୁନିଟ ଭାବେ ବଲାଙ୍ଗୀର ୟୁନିଟକୁ ଚୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe