ଓଡ଼ିଶାରେ ୬୮୧୭ଜଣ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରୁଜ୍ଜୁ ହୋଇଛି : ମୁଖ୍ୟମନ୍ତ୍ରୀ

ସମଗ୍ର ଦେଶରେ ପ୍ରଥମ: ରାଜ୍ୟବାସୀଙ୍କ ପାଇଁ ଉପଲବ୍ଧ ହେଲା ‘ପାଉତି’ ଆପ୍‌, ଏଣିକି ଘରେ ବସି ପାଇପାରିବେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ସହ ଆହରୁ ବହୁ ଜରୁରୀ ପ୍ରମାଣପତ୍ର

image source-hindustantimes

ଭୁବନେଶ୍ବର: ଏଯାବତ୍ ରାଜ୍ୟରେ ଲାଞ୍ଚ ନେଇ ଧରାପଡ଼ିବା ଓ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୬୮୧୭ଜଣ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରୁଜ୍ଜୁ ହୋଇଛି ବୋଲି ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର ମଧ୍ୟ ଏଥିପ୍ରତି ତତ୍ପର ଅଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭିଜିଲାନସ ଜାଲରେ ପଡ଼ିଥିବା ସରକାରୀ କର୍ମଚାରୀମାନଙ୍କ ମାମଲାର ଶୀଘ୍ର ଫଇସଲା ଲାଗି ନିୟମିତଭାବେ ଭିଜିଲାନସ ଏସପିମାନେ ଭିଜିଲାନସ କୋର୍ଟର ଜଜମାନଙ୍କ ସହ ଯୋଗାଯୋଗ ରକ୍ଷା କରୁଛନ୍ତି।

ରାଜ୍ୟରେ ସରକାରୀ କର୍ମଚାରୀଙ୍କ ନାଁରେ ଥିବା ଭିଜିଲାନ୍ସ ମାମଲାକୁ ନେଇ ବିଧାୟକ ସୁଧୀର ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ୨୦୧୯ ସେପ୍ଟେମ୍ବର ୩୦ ସୁଦ୍ଧା ୮୯୫ ଜଣ ପ୍ରଥମ ଶ୍ରେଣୀ ସରକାରୀ ଅଧିକାରୀଙ୍କ ନାଁରେ ଭିଜିଲାନ୍ସ ମାମଲା ରହିଛି ।

Image result for assembly odisha image source-Hindustan Times

ଠିକ୍ ସେହିପରି ୭୯୮ ଦ୍ୱିତୀୟ ଶ୍ରେଣୀ କର୍ମଚାରୀ, ୩୫୩୫ଜଣ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ନାଁରେ ଭିଜିଲାନ୍ସ ମାମଲା ରହିଛି । ୧୯୩ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୧୩୯୬ଜଣ ଅନ୍ୟାନ୍ୟ କର୍ମଚାରୀଙ୍କ ନାଁରେ ଭିଜିଲାନ୍ସ ମାମଲା ରହିଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe