ବରଗଡ଼/ଝାରବନ୍ଧ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍ ଶିକ୍ଷା ଅଧିକାରୀ ରଂଜିତ ଭୋଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ୫ ହଜାର ଲାଞ୍ଚ ଟଙ୍କା ଟଙ୍କା ସହ ସେ ଧରାପଡ଼ିଛନ୍ତି। ଶ୍ରୀ ଭୋଇ ତାଙ୍କ ବ୍ଲକ୍ ଅନ୍ତର୍ଗତ ଗୋଟିଏ ହାଇସ୍କୁଲର କିଛି ଶିକ୍ଷକଙ୍କ ଦରମା ବନ୍ଦ କରିଥିଲେ। ବକେୟା ଦରମା ଫେରସ୍ତ ପାଇବାକୁ ସେ ପ୍ରଧାନ ଶିକ୍ଷକଙ୍କୁ ୫ହଜାର ଟଙ୍କା ଦାବି କରିଥିଲେ।
ଏନେଇ ଭିଜିଲାନ୍ସ ବିଭାଗ ପାଖରେ ସୂଚନା ପହଂଚିଥିଲା। ଧାର୍ଯ୍ୟ ୫ହଜାର ଟଙ୍କା ଲାଞ୍ଚ ଆକାରରେ ନେଉଥିବାବେଳେ ଶ୍ରୀ ଭୋଇଙ୍କୁ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ମାଡ଼ି ବସିଥିଲେ। ତାଙ୍କ ଠାରୁ ଟଙ୍କା ଜବତ ହୋଇଛି। ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ ନମ୍ବର ୨୧ରେ ଏକ ମାମଲା ରୁଜୁ କରାଯାଇଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲାର ଖୋଳତାଡ଼ ଜାରି ରହିଛି।
Follow Us