ତିନି ଦିନ ପରେ ଅବସର ନେଇଥାନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ, ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ

Advertisment
ତିନି ଦିନ ପରେ ଅବସର ନେଇଥାନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ, ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ

କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ ସିଂହ। ଟ୍ରାନ୍ସଫର ପାଇଁ ଅଭିଯୋଗକାରୀ ସନ୍ତୋଷ କୁଣ୍ଡୁଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିଂହଙ୍କ ତିନିମୁହାଣୀସ୍ଥିତ ବାସଭବନରୁ ଭିଜିଲାନ୍ସ ଗିରଫ କରିଛି। ସଞ୍ଜୀବ ସିଂହ ଆସନ୍ତା ୩୧ ତାରିଖ ଦିନ ଅବସର ନେବାକୁ ଥିବା ବେଳେ ଅବସର ପୂର୍ବରୁ ଡେପୁଟେସନରେ ଯାଇଥିବା ପିଅନ କୁଣ୍ଡୁଙ୍କୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଫେରାଇ ଆଣିବା ପାଇଁ ଲାଞ୍ଚ ନେଉଥିବା ବେଳେ ଆଜି ପୂର୍ବାହ୍ନରେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଟିମ ସଂଜୀବଙ୍କୁ ମାଡି ବସିଥିଲା। ସୂଚନାଯୋଗ୍ୟ ଗତ ତିନିମାସ ମଧ୍ୟରେ ମାର୍ଶାଘାଇ ବିଇଓ, ଡେରାବିଶ୍ ଏବିଇଓଙ୍କ ସହିତ ଆଜି ନିଜେ ଜିଲ୍ଲା ଶିକ୍ଷାଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ଶିକ୍ଷା ବିଭାଗର ଦୁର୍ନୀତିକୁ ପଦାକୁ ଆଣିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe