ଲାଞ୍ଚ ନେବା ବେଳେ ମୁଖ୍ୟ କିରାଣିଙ୍କୁ ଧରିଲା ଭିଜିଲାନ୍ସ

Advertisment
ଲାଞ୍ଚ ନେବା ବେଳେ ମୁଖ୍ୟ କିରାଣିଙ୍କୁ ଧରିଲା ଭିଜିଲାନ୍ସ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି। ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି ଉତ୍ତମ ରାଉତଙ୍କୁ ନିଜ ହେପାଜତକୁ ନେଇଛି ଭିଜିଲାନ୍ସ ବିଭାଗ।

ସୂଚନା ଅନୁଯାୟୀ, ମାସୁଦ୍ ହୁସେନ ନାମକ କଲିକତାର ଜଣେ ଆଇନ ଛାତ୍ରଙ୍କର ଆଟେଣ୍ଡାନ୍ସ ସାର୍ଟିଫିକେଟ କରିଦେବା ପାଇଁ ଉତ୍ତମ ରାଉତ ୮ହଜାର ୫ଶହ ଟଙ୍କା ଲାଞ୍ଚ ନେଉଥିଲେ। ଆଜି ଦିନ ୧୧ଟା ବେଳେ ପୂର୍ବରୁ ଖବର ପାଇଥିବା ଭିଜିଲାନ୍ସ ବିଭାଗ ଲାଞ୍ଚ କାରବାର ହେଉଥିବା ବେଳେ ମୁଖ୍ୟ କିରାଣି ଉତ୍ତମଙ୍କୁ ମାଡ଼ି ବସିଥିଲା। ଏବେ ଉତ୍ତମଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe