ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍‌ସ: ଖାଦ୍ୟ ଯୋଗାଣ ବିଭାଗର ୨ ଆକାଉଣ୍ଟାଣ୍ଟ୍‌ ଗିରଫ

Advertisment

ଅନୁଗୁଳ ଖାଦ୍ୟ ଯୋଗାଣ ବିଭାଗ (ସିଏସ୍‌ଓ)ଙ୍କ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଦୁଇ କର୍ମଚାରୀ ଆଜି ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। ଏକ ରାଇସ୍‌ ମିଲ୍‌ର ମ୍ୟାନେଜର୍‌ଙ୍କଠାରୁ ବିଲ୍‌....

ଅନୁଗୁଳ ଖାଦ୍ୟ ଯୋଗାଣ ବିଭାଗ (ସିଏସ୍‌ଓ)ଙ୍କ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଦୁଇ କର୍ମଚାରୀ ଆଜି ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। ଏକ ରାଇସ୍‌ ମିଲ୍‌ର ମ୍ୟାନେଜର୍‌ଙ୍କଠାରୁ ବିଲ୍‌....

jggbnn

ଅନୁଗୁଳ: ଅନୁଗୁଳ ଖାଦ୍ୟ ଯୋଗାଣ ବିଭାଗ (ସିଏସ୍‌ଓ)ଙ୍କ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଦୁଇ କର୍ମଚାରୀ ଆଜି ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। ଏକ ରାଇସ୍‌ ମିଲ୍‌ର ମ୍ୟାନେଜର୍‌ଙ୍କଠାରୁ ବିଲ୍‌ କରାଇଦେବାକୁ ‌ଦୁଇ କର୍ମଚାରୀ ଟଙ୍କା ଦାବି କରିଆସୁଥିଲେ। ଆଜି ଟଙ୍କା ନେବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଦୁଇ କର୍ମଚାରୀଙ୍କୁ କାବୁ କରିଥିଲେ। 

ସୂଚନା ମୁତାବକ, ଅନୁଗୁଳର କ୍ରିଷ୍ଣା ରାଇସ୍ ମିଲ୍‌ର ମ୍ୟାନେଜର୍‌ ଏକ ବିଲ୍‌ ପାଇଁ ମାସେ ହେଲା ସିଏସ୍‌ଓଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ୁଥିଲେ। କିନ୍ତୁ ତାଙ୍କର ବିଲ୍‌ ପାସ ହେଉ ନଥିଲା। ଉକ୍ତ କାର୍ଯ୍ୟାଳୟର ଦୁଇ ଆକାଉଣ୍ଟାଣ୍ଟ୍‌ ରାଜନାରାୟଣ ସାହୁ ଓ ଜିତେନ ପଟ୍ଟନାୟକ ୫୦ ହଜାର ଟଙ୍କା ଲାଞ୍ଚ ନଦେଲେ ବିଲ୍‌ ପଇଠ ହୋଇପାରିବ ନାହିଁ ବୋଲି କହିଥିଲେ। ଫଳରେ ରାଇସ୍‌ ମିଲର୍‌ ମ୍ୟାନେଜର୍‌ ବାଧ୍ୟ ହୋଇ ଭିଜିଲାନ୍‌ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ମ୍ୟାନେଜର୍‌ ଆଜି ସିଏସ୍‌ଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ତାଙ୍କଠାରୁ ଦୁଇ ଆକାଉଣ୍ଟାଣ୍ଟ ରାଜନାରାୟଣ ଓ ଜିତେନ୍‌ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ଉଭୟଙ୍କୁ ମାଡ଼ି ବସିଥିଲେ। ସେମାନଙ୍କୁ ଟଙ୍କା ସହିତ ଗିରଫ କରିଥିଲେ। ଭିଜିଲାନ୍ସ ଅଧିକାରୀମାନେ ଏ ନେଇ ଉଭୟଙ୍କୁ ଅଧିକ ପଚରାଉଚରା କରୁଥିବା ଜଣାପଡ଼ିଛି। ଏହି ଚଢ଼ଉରେ କଟକ ଓ ଅନୁଗୁଳ ଭିଜିଲାନ୍ସ ଅଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe