୮ ହଜାର ଟଙ୍କା ନେଉଥିଲେ, ଭିଜିଲାନ୍ସ ହାତରେ ଧରା ପଡ଼ିଲେ କିଆକଟା ଥାନା ଏଏସଆଇ

Advertisment
୮ ହଜାର ଟଙ୍କା ନେଉଥିଲେ, ଭିଜିଲାନ୍ସ ହାତରେ ଧରା ପଡ଼ିଲେ କିଆକଟା ଥାନା ଏଏସଆଇ

ବୌଦ୍ଧ: ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କିଆକଟା ଥାନା ଏଏସଆଇ ନବୀନ ଶତପଥୀ। ବୌଦ୍ଧ ସହର ବୁଟୁପଲ୍ଲୀସ୍ଥିତ ନବୀନଙ୍କ ବାସଗୃହ ଓ ଥାନାରେ ମଧ୍ୟ ଚଢ଼ଉ କରୁଛି ଭିଜିଲାନ୍ସ। ଅନୁଗୁଳ ଜିଲ୍ଲା କିଆକଟା ଥାନାରେ କାର୍ଯ୍ୟ କରୁଥିବା ଏଏସଆଇ ଶତପଥୀ ବୌଦ୍ଧ ବସଷ୍ଟାଣ୍ଡରେ ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ୍।

ସୂଚନା ଅନୁସାରେ କିଆକଟା ଥାନା ବେଲାଦୁଲା ଗ୍ରାମର ପଞ୍ଚାନନ ମେହେର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ସୂତା ଆଣି ଲୁଗା ବୁଣି ତାଙ୍କୁ ଦେଉଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ଜଣେ ବ୍ୟବସାୟୀଙ୍କୁ ଲୁଗା ଦେବାରୁ ସମ୍ପୃକ୍ତ ବ୍ୟବସାୟୀ ଗୁଣ୍ଡା ଆଣି ତାଙ୍କୁ ଆକ୍ରମଣ କରିଥିଲେ। କିଆକଟା ଥାନାରେ ଅଭିଯୋଗ କରିବାରେ ପୁନର୍ବାର ଆସି ଆକ୍ରମଣ କରି ଘର ଭଙ୍ଗାରୁଜା କରିଥିଲେ। ଫଳରେ ପୁଲିସର ନିଷ୍କ୍ରିୟତା ନେଇ ଅନୁଗୁଳ ଏସପିଙ୍କୁ ଫେରାଦ ହୋଇଥିଲେ।

ମାମଲାର ରଫାଦଫା କରିଦେବା କହି କିଆକଟା ଥାନା ଏଏସଆଇ ନବୀନ ଶତପଥୀ ୧୫ ହଜାର ଟଙ୍କା ଦାବି କରିଥିଲେ। ମୂଲଚାଲ ହୋଇ ୧୦ ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ପ୍ରଥମ କିସ୍ତିରେ ୨ ହଜାର ଟଙ୍କା ନେଇ ସାରିଥିଲେ ନବୀନ। ଏ ନେଇ ପଞ୍ଚାନନ ବ୍ରହ୍ମପୁର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ବୁଧବାର ସକାଳେ ବାକି ୮ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଘଟଣା ପରେ ବୌଦ୍ଧ ସହର ବୁଟୁପଲ୍ଲୀସ୍ଥିତ ନବୀନଙ୍କ ବାସଗୃହ ଓ ଥାନାରେ ମଧ୍ୟ ଚଢ଼ଉ କରାଯାଇଛି। ନବୀନଙ୍କୁ ନେଇ ଫୁଲବାଣୀ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିବା ଜଣାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe