ଭିଜିଲାନ୍‌ସ ଜାଲରେ ରାମଗିରି ବନପାଳ, ୫ ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଲେ

Advertisment
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ

Kalinga TV

ରା.ଉଦୟଗିରି: ନିଜ ଘର ବାଡ଼ିପଟେ ଲଗାଇଥିବା ଗଛଗୁଡ଼ିକ ବାତ୍ୟାରେ ପଡ଼ିଯିବା ଏବଂ ସେଇ ଗଛର କାଠ ଘର ପାଇଁ ବ୍ୟବହାର କରିବାକୁ ଉଦ୍ୟମ କରୁଥିବାରୁ କୌଣସି ଏକ ମାମଲାରେ ଫସାଇବାକୁ ଡରାଉଥିଲେ ଗଜପତି ଜିଲ୍ଲା ରାମଗିରି ବନାଞ୍ଚଳର ବନପାଳ ଦିବାକର ଲେଙ୍କା। ମାମଲା ନ କରିବାକୁ ଲାଞ୍ଚ ନେଉଥିବା ବେଳେ ଆଜି ସେ ଭିଜିଲାନ୍ସ ଜାଲରେ ଫସିଛନ୍ତି। ମଙ୍ଗରାଜପୁର ଗ୍ରାମର କୃଷ୍ଣଚନ୍ଦ୍ର କାର୍ଜୀଙ୍କଠାରୁ ୫ ହଜାର ଟଙ୍କା ନେଉଥିବା ବେଳେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ଅଧିକାରୀମା‌େନ‌ ତାଙ୍କୁ କାବୁ କରିଥିବା ଜଣାପଡ଼ିଛି।

ରାମଗିରି ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର କୃଷ୍ଣଚନ୍ଦ୍ର କାର୍ଜୀ ନିଜ ଘର ବାଡ଼ିରେ କିଛି ମୂଲ୍ୟବାନ୍ ଗଛ ଲଗାଇଥିଲେ। ତିତ୍‌ଲି ବାତ୍ୟା ସମୟରେ ସେ ଗଛଗୁଡ଼ିକ ପଡ଼ି ଯାଇଥିଲା। ନିଜ ବାଡ଼ିପଟେ ଥିବାରୁ ସେଇ ଗଛକୁ କୃଷ୍ଣଚନ୍ଦ୍ର ବ୍ୟବହାର କରିବା ପାଇଁ ଉଦ୍ୟମ କରୁଥିବା ସମୟରେ କଥା ଯାଇ ପହଞ୍ଚିଥିଲା ରାମଗିରି ବନବିଭାଗ କାନରେ। ସେଇଠୁ ଆରମ୍ଭ ହୋଇଥିଲା କୃଷ୍ଣଚନ୍ଦ୍ରଙ୍କଠାରୁ କିଛି ଟଙ୍କା ଝଡ଼େଇବାର ଉଦ୍ୟମ। କୃଷ୍ଣକୁ ବାରମ୍ବାର ବନ କାର୍ଯ୍ୟାଳୟକୁ ଡକାଇ ମୂଲଚାଲ କରାଯାଉଥିଲା। ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ କୃଷ୍ଣଙ୍କ କଥା ସେଠାରେ କେହି ଶୁଣିନଥିଲେ। ଆଉ ‌ଶେଷରେ କଥା ଛିଣ୍ତିଥିଲା ୫ହଜାର ଟଙ୍କା ଦେଲେ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ କରାଯିବ ନାହିଁ। ଏଣୁ ବାଧ୍ୟ ହୋଇ କୃଷ୍ଣଚନ୍ଦ୍ର ଦୁର୍ନୀତି ନିବାରଣ ବିଭାଗର ଆଶ୍ରୟ ନେଇଥିଲେ। ପୂର୍ବ ନିର୍ଦ୍ଧାରିତ ଯୋଜନା ପ୍ରକାରେ ଆଜି କୃଷ୍ଣଚନ୍ଦ୍ର କାର୍ଜୀ ଫରେଷ୍ଟର ଦିବାକର ଲେଙ୍କାଙ୍କୁ ୫ ହଜାର ଟଙ୍କା ପ୍ରଦାନ କରୁଥିବା ବେଳେ ସେଠାରେ ଛପି ରହିଥିବା ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାପରେ ଉଭୟ ଦିବାକର ଓ କୃଷ୍ଣଚନ୍ଦ୍ରଙ୍କୁ ଦୁର୍ନୀତି ନିବାରଣ ବିଭାଗୀୟ କମର୍ଚାରୀମାନେ ବ୍ରହ୍ମପୁର ନେଇ ଯାଇ ସେଠାରେ ଜେରା ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe