ସରକାରୀ ବାବୁଙ୍କ କେସ୍‌ ବନ୍ଦ କରିବାକୁ ୧୦ ଲକ୍ଷ ‌ଲାଞ୍ଚ ନେଉଥିଲେ ଭିଜିଲାନ୍ସ ଅଧିକାରୀ, ବରିଷ୍ଠ ଅଧିକାରୀଙ୍କ ହାତରେ ଧରାପଡ଼ିଲେ

Advertisment
ସରକାରୀ ବାବୁଙ୍କ କେସ୍‌ ବନ୍ଦ କରିବାକୁ ୧୦ ଲକ୍ଷ ‌ଲାଞ୍ଚ ନେଉଥିଲେ ଭିଜିଲାନ୍ସ ଅଧିକାରୀ, ବରିଷ୍ଠ ଅଧିକାରୀଙ୍କ ହାତରେ ଧରାପଡ଼ିଲେ

ସମ୍ବଲପୁର: ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ସମ୍ବଲପୁରରେ ଆଜି ଜଣେ ଭିଜିଲାନ୍ସ ଅଧିକାରୀ ଧରାପଡ଼ିଛନ୍ତି। ସବୁଠାରୁ ବଡ଼ କଥା ହେଲା ଭିଜିଲାନ୍ସ ଅଧିକାରୀଙ୍କୁ ତାଙ୍କ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଚଢ଼ଉ କରି ଧରିଛନ୍ତି। ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନିସପେକ୍ଟର ମାନସୀ ଜେନା ହିଁ ନିଜ ବିଭାଗର ଟାର୍ଗେଟର ଶିକାର ହୋଇଛନ୍ତି। ସେ ଏକ କେସ୍ ବନ୍ଦ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।

publive-image ମାନସୀ ଜେନାଙ୍କ ଭିଜିଲାନ୍ସ କାର୍ଯ୍ୟାଳୟ ନିକଟସ୍ଥ ସରକାରୀ ବାସଭବନ।

ସୂଚନା ଅନୁସାରେ ଭିଜିଲାନ୍ସ ଡିଭିଜନର ଇନିସପେକ୍ଟର ମାନସୀ ଜେନା ଜଣେ ସରକାରୀ ଅଧିକାରୀଙ୍କ କେସ୍‌ ବନ୍ଦ କରିବା ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ଯୋଜନା ଅନୁସାରେ ଟଙ୍କା ଦେବା ପୂର୍ବରୁ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗକୁ ଏବାବଦରେ ସୂଚନା ଦେଇଥିଲେ। ଆଜି ପୂର୍ବ ପ୍ରସ୍ତୁତି ଅନୁସାରେ ବରଗଡ଼ ଜିଲ୍ଲା ମୁକେଶ ସାହୁ ନାଁରେ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଶ୍ରୀମତୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଭାବେ ଚଢ଼ଉ କରିଥିଲେ। ଶ୍ରୀମତୀ ଜେନାଙ୍କ ପାଖରୁ ରଙ୍ଗବୋଳା ୧୦ ଲକ୍ଷ ଟଙ୍କା ଜବତ ହୋଇଛି। ଏନେଇ ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରିଛି। ମାନସୀ ଜେନା ଓ ମୁକେଶ ସାହୁଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ବିଭାଗର ଚଢ଼ଉ ଜାରି ରହିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe