କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ସଢ଼ା ପଞ୍ଚାୟତରେ ଭିଜିଲାନ୍ସ ତଦନ୍ତ

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ସଢ଼ା ପଞ୍ଚାୟତରେ ଭିଜିଲାନ୍ସ ତଦନ୍ତ

ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ସଢ଼ା ପଞ୍ଚାୟତରେ ବିଭିନ୍ନ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। ବାଲେଶ୍ୱର ଭିଜିଲ୍ଲାନ୍ସର ଡିଏସ୍‌ପି ଡିସି ମୁର୍ମୁ, ଇନ୍‌ସପେକ୍ଟର ଦୁଷ୍ମନ୍ତ କୁମାର ନାୟକ ପ୍ରମୁଖ ଦୁଇଦିନ ହେଲା ବ୍ଲକ୍‌ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିବା ବିଭିନ୍ନ କାର୍ଯ୍ୟର ଫାଇଲ ସବୁ ଦେଖିବା ସହ ନାହା, ସଢ଼ା, ମଉଦା, ବରଗଡ଼ିଆ ଆଦି ଗ୍ରାମରେ ହୋଇଥିବା ପ୍ରକଳ୍ପ ସ୍ଥାନକୁ ଯାଇ ତଦନ୍ତ କରିଛନ୍ତି।

ଭିଜିଲାନ୍ସ ତଦନ୍ତ ସମୟରେ ପଞ୍ଚାୟତ କର୍ତ୍ତୃପକ୍ଷ ସହଯୋଗ କରୁନଥିବା ଓ କିଛି ସ୍ଥାନରେ ତଦନ୍ତକାରୀ ଅଫିସରଙ୍କୁ ଗାଳିଗୁଲଜ କରାଯାଉଥିବା ଅଧିକାରୀମାନେ କହିଛନ୍ତି। ସେହିପରି ଏହି ପଞ୍ଚାୟତର ଶିଳପୋଖରୀ ଗାଁରେ ୧୨ଜଣ ହିତାଧିକାରୀଙ୍କ ଆବାସ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ସେମାନଙ୍କ ଘର ପୂର୍ଣ୍ଣାଙ୍ଗ ହୋଇଥିବା ଦର୍ଶାଯାଇ ସମ୍ପୂର୍ଣ୍ଣ ବିଲ୍‌ କରାଯାଇ ଟଙ୍କା ଉଠାଯାଇଥିବା ଅଭିଯୋଗର ତଦନ୍ତ କରାଯାଇ ନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଉକ୍ତ ପଞ୍ଚାୟତରେ ମନରେଗା ଓ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ କିଛି ବ୍ୟକ୍ତି ଲୋକାୟୁକ୍ତ ଏବଂ ଭିଜିଲାନ୍ସରେଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe